ବିଶାଖାପାଟନମ୍ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ବିଶାଖାପାଟନମ୍ ସହର ଆନ୍ଧ୍ରପ୍ରଦେଶର ରାଜଧାନୀ ହେବାକୁ ଯାଉଛି । ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, “ମୁଁ ସମସ୍ତଙ୍କୁ ବିଶାଖାପାଟନମକୁ ନିମନ୍ତ୍ରଣ କରିବାକୁ ଆସିଛି, ଯାହା ଆଗାମୀ ଦିନରେ ଆମର ରାଜଧାନୀ ହେବାକୁ ଯାଉଛି । ମୁଁ ମଧ୍ୟ ଆସନ୍ତା ମାସରେ ବିଶାଖାପାଟନମକୁ ସିପ୍ଠ ହୋଇଯିବି ।” ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମେ ମାର୍ଚ୍ଚ ୩ ଓ ୪ ତାରିଖ ଦିନ ବିଶାଖାପାଟନମରେ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ଆୟୋଜନ କରୁଛୁ । ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି ।