csstore

ବଲାଙ୍ଗିର ଡେଲିମାର୍କେଟ ଲକ୍ଷ୍ମୀ ମନ୍ଦିରର ପୂର୍ବତନ ପୂଜକଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଡେର୍ଲିମାର୍କେଟର ପୂର୍ବତନ ପୂଜକ ରାମଚନ୍ଦ୍ର ଖୁଆସଙ୍କ ଗତକାଲି ବାର୍ଦ୍ଧକ୍ୟ ଜନିତ କାରଣରୁ ନିଜ ମାଲପଡା ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ରାଜେନ୍ଦ୍ର କଲେଜରୁ ଅବସର ପରେ ପରେ ସେ ଡେର୍ଲିମାର୍କେଟ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଦିନଠାରୁ ବହୁ ବର୍ଷ ଧରି ପୂଜକ ଭାବେ ସେବା କରିଆସୁଥିଲେ । ସେ ଜଣେ ଅତ୍ୟନ୍ତ ଧର୍ମପ୍ରାଣ ତଥା ମେଳାପୀ ବ୍ୟକ୍ତି ଥିବା ସହ ପ୍ରତ୍ୟହ ମାଲପଡା ରାମ ମନ୍ଦିର, କୌଳାସ କନ୍ଦରକୁ ଯାଇ ପୂଜାର୍ଚ୍ଚନା କରୁଥିଲେ । ତାଙ୍କ ମୃତ୍ୟୁ ଶଯ୍ୟାରେ ପୁତ୍ରବଧୁ ସୁନିତା ପାଢୀ, ନିରୁପମା ପାଣିଗ୍ରାହୀ, ସୁନିତା ଯୋଷୀ, ଝିଅ ପୁଷ୍ପାଞ୍ଜଳି ଖୁଆସ, ନାତି ଡା. କାଳିଆ କାହ୍ନୁ ଖୁଆସ, ସ୍ମାରକ ନାରାୟଣ, ଭାଇ ଶିବ ଶଙ୍କର, ହରିଶ୍ଚନ୍ଦ୍ର, ପୁତୁରା ଉମାଶଙ୍କର, ଗଣେଷ, କରୁଣାକର, ଅରୁଣ, ଶୋଭିତ, ଆଲୋକ, ଶୁଶିଲ ମିଶ୍ର ଓ ସାମ୍ବାଦିକ ଅରୁଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରେ ଅପରାହ୍ନରେ ତାଙ୍କର ଶବକୁ ଶୋଭାଯାତ୍ରାରେ ସ୍ଥାନୀୟ ବିଭୁତିପଡା ଶ୍ମଶାନକୁ ନିଆଯାଇ ଶବଦାହ କରାଯାଇଥିଲା ।

jayashree
Leave A Reply

Your email address will not be published.