ଆସନ୍ତା ୩୦ରେ ଡେଲାଙ୍ଗ ବ୍ଲକ ଘେରାଉ : ରାଧାମୋହନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଡେଲାଙ୍ଗ ବ୍ଲକରେ ବ୍ୟାପକ ଅନିୟମିତତା ନେଇ ଆସନ୍ତା ଜାନୁଆରୀ ୩୦ ତାରିଖରେ ‘ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ’ ତରଫରୁ ୪ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ ବିକ୍ଷୋଭ, ପ୍ରତିବାଦ ସହ ବ୍ଲକ ଘେରାଉ କରାଯିବ ବୋଲି ମଞ୍ଚର ଆବାହକ ସୂଚନା ଦେଇଛନ୍ତି । ଏନେଇ ଗଡ଼ଚଣ୍ଡୀ ପୀଠ ସ୍ଥଳୀରେ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଆବାହକ ତଥା ଯୁବ ନେତା ରାଧାମୋହନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗଡ଼ ମୋଟାରୀ, ଡେଲାଙ୍ଗ – କୋଠାବାଡ, କଲ୍ୟାଣପୁର, ମୁନିନ୍ଦା, ସୁଜନପୁର, ଅରିଶଲ, ଖେଳାଉରୀ, ରେଞ୍ଚ, ଧାନକେରା, ବେରବୋଇ, ଗୁଆଳିପଡ଼ା, ଅଭୟମୁଖୀ ଆଦି ପଞ୍ଚାୟତରୁ ଶତାଧିକ ସମର୍ଥକ ସାମିଲ ହୋଇଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ଫନି ଘର ଭଙ୍ଗା ସହାୟତା ଦୁର୍ନୀତି ଉପରେ ଆଲୋଚନା ହୋଇଥିଲା । ଏନେଇ ଆସନ୍ତା ୩୦ ତାରିଥରେ ବ୍ଲକ ଘେରାଉ ପାଇଁ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.