ବ୍ରାଉନସୁଗାର ଜବତ, ୩ ଗିରଫ

ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଧୀନ ରାମେଶ୍ୱର ପାନ୍ଥିକା ଅଞ୍ଚଳରୁ ନିରାକାରପୁର ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଥିବା ବେଳେ ବାଇକ୍‌ ଏବଂ ସ୍କୁଟି ଜବତ କରିଥିବା ଜଣାପଡିଛି । ଏଥିରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଜଙ୍କିଆ ଥାନା ବାଲିଗାଡ଼ିଆ ଗ୍ରାମର ମାନସ ବଳବନ୍ତରାୟ, ବେଗୁନିଆ ଥାନା ଅଞ୍ଚଳର ଆରଣ୍ୟ ନାୟକ ଓ ନୟାଗଡ଼ ଥାନା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ଖବର ଅନୁଯାୟୀ, ସେମାନଙ୍କ ନିକଟରୁ ୧୭.୪୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କାରୁ ଅଧିକ ହେବ । ଏହା ସହିତ ସେମାନଙ୍କ ନିକଟରୁ ୬୮ ଗ୍ରାମ ଓଜନର ସୁନା ପ୍ଲେଟ୍‌ ସମେତ ନଗଦ ୧୭୩୦ ଟଙ୍କା ଜବତ ହୋଇଛି । ଅଭିଯୁକ୍ତମାନଙ୍କ ଠାରୁ ନୀଳ ରଙ୍ଗର ଏକ ବାଇକ୍‌ ଏବଂ ସ୍କୁଟିକୁ ମଧ୍ୟ ପୋଲିସ ଜବତ କରିଛି । ଏନେଇ ନିରାକାରପୁର ଥାନାରେ୨୭/୨୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.