lika

ନୃସିଂହନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ନୃସିଂହନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୋହିନୀ ଦଳପତୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ମୁଖ୍ୟବକ୍ତା ଭାବେ ନାଟ୍ୟକାର ଅଶୋକ ବହିଦାର, ସମ୍ମାନିତ ଅତିଥି ଭାବେ ଆଦିବାସୀ ଜନ କଲ୍ୟାଣ ବିଭାଗର ଡି ଆଇ ପ୍ରଶନ୍ନ କୁମାର ମିଶ୍ର, ସାମାଜିକ କର୍ମୀ ବଡ ଶତପଥୀ ଯୋଗଦେଇ ନିଜ ନିଜର ବକ୍ତବ୍ୟରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କର ଉନ୍ନତି କାମନା କରିଥିଲେ । ଦୈତାରି ବିଶ୍ୱାଳ ସଭା ପରିଚାଳନା କରିଥିଲେ । ଶିକ୍ଷକ ଅଶ୍ୱିନୀ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜୟ ଦେହେରି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଶୁତୋଷ ସାହୁ, ସୁବାସ ସାହୁ, ଅଶ୍ବିନୀ ସାହୁ ପୁରସ୍କାର ବଣ୍ଟନ ସହ ଅନ୍ୟନ କାମରେ ସହଯୋଗ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ । ଏଥିରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ, ସ୍କୁଲ କମିଟିର ସଭ୍ୟ ସଭ୍ୟା ପ୍ରମୁଖ ବାର୍ଷିକ ଉତ୍ସବରେ ଯୋଗଦାନ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦଳପତୀ ବାର୍ଷିକ ବିବରଣୀ ପଠନ ସହ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ । ସଂନ୍ଧ୍ୟାରେ ଛାତ୍ରଛାତ୍ରୀମାମଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ବହୁତ ଲୋକ ମନଭରି ଉପଭୋଗ କରିଥିଲେ ।

sandip
Leave A Reply

Your email address will not be published.