oom

ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ନବୀନ ପ୍ରତିଷ୍ଠାନର ଶୋକ ସଭା

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ସାହିତ୍ୟିକ, ରାଜ୍ୟ ସାହିତ୍ୟ ଏକାଡେମୀର ସଭାପତି, ରାଜନେତା ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ନବୀନ ପାଠାଗାର ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ନବୀନ ଭବନ ଠାରେ ଏକ ଶୋକ ସଭା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶୋକ ସଭାରେ ନବୀନ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ଡମ୍ବୁରୁଧର ସାହୁ, ସମାଜସେବୀ ରାମକୃଷ୍ଣ ପାତ୍ର, ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ବି.ସତ୍ୟମ ଆଚାରୀ, ବନ୍ଦନା ମହାପାତ୍ର, ଶିକ୍ଷାବିତ ରାଜେନ୍ଦ୍ର ପାଣିଗ୍ରାହୀ, ସୁନୀଲ କୁମାର ପ୍ରଧାନ, ମାନସ ରଞ୍ଜନ ତ୍ରିପାଠୀ, ସାମ୍ବାଦିକ ପବିତ୍ର ଚୌଧୁରୀ, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ ।

jittmm
Leave A Reply

Your email address will not be published.