ରାଉରକେଲା ହକର୍ସ ଆସୋସିଏସନର ବନ୍ଧୁମିଳନ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପଧାନ) : ରାଉରକେଲା ହକର୍ସ ଆସୋସିଏସନର (ସିଟୁ) ତରଫରୁ ବନ୍ଧୁମିଳନ ଓ ଆଲୋଚନାଚକ୍ର ସେକ୍ଟର ୧୬ ଶ୍ରମିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିମାନ ମାଇତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥି, ଅଧ୍ୟାପକ ଡ. ପ୍ରଭାତ କୁମାର ମଲ୍ଲିକ ମୁଖ୍ୟ ଆଲୋଚକ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ସ୍ତମ୍ଭକାର ଭୂପେନ ମହାପାତ୍ର, ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମୀର ପରିଡା, ସତ୍ୟାନନ୍ଦ ବେହେରା, ନରହରି ଦାସ, ଦେବ ପଟ୍ଟନାୟକ ଓ ଉପଦେଷ୍ଟା ବସନ୍ତ ନାୟକ ପ୍ରମୁଖ ଆଲୋଚ୍ୟ ବିଷୟ ଉପରେ ଆଲୋଚନା କରି ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ସୋସିଆଲ୍ ମିଡିଆ ଯୋଗୁଁ ପ୍ରିଣ୍ଟ୍ ମିଡିଆ ଓ ଟିଭି ଚ୍ୟାନେଲ ପ୍ରଭାବିତ ହୋଇଥିଲେ ହେଁ ପରିବର୍ତ୍ତନ ସହ ଆମକୁ ଖାପ ଖୁଆଇ ଚଳିବାକୁ ହେବ । ଯୁବପିଢିଙ୍କୁ କିପରି ଅଧିକ ଆକର୍ଷିତ କରିହେବ ଓ ତା’ସହ ଅଧ୍ୟୟନକୁ ଅଧିକ ଗୁରୁତ୍ୱ ଦିଆଯିବା ଦରକାର । ଅଧ୍ୟୟନ ପ୍ରକ୍ରିୟା ବଢିଲେ ଖବରକାଗଜର ପ୍ରସାରଣ ଅଧିକା ହେବ । ସଂପ୍ରତି ବିତରକ ଭାଇମାନଙ୍କର ସାମାଜିକ ସୁରକ୍ଷା ଏବେ ଆହ୍ୱାନର ସମ୍ମୁଖୀନ ହୋଇଥିବା ବେଳେ ଐକ୍ୟବଦ୍ଧତା ସଂଗ୍ରାମର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ କୁଞ୍ଜବିହାରୀ ରାଉତ, ବିବେକ ଦାସ, ଦିଲ୍ଲୀପ ଶର୍ମା, ମଳୟ ସାହୁ, ଅବନୀ ମହାପାତ୍ର, ସୁଜ୍ଞାନୀ ରାୟ, ଡ. ନଗେନ ଦାସ, ଅକ୍ଷୟ ସାମଲ ପ୍ରମୁଖ ଉପସ୍ଥିତ ଥିବାବେଳେ ବିତରକ ଭାଇମାନଙ୍କ ମଧ୍ୟରେ ଅଶୋକ ବିଶ୍ୱାଳ, ଶରତ ପଣ୍ଡା, କିଶୋର ରାଉତ, ମିହିର ପାତ୍ର, ମନୋଜ ପଟ୍ଟନାୟକ, ହରେକୃଷ୍ଣ ମାଣିକ, ବ୍ରଜକିଶୋର ନାୟକ, ବାଦଲ ଘୋଷ, କିଶୋରୀ ଜେନା, ଆର୍ତ୍ତତ୍ରାଣ ମହାପାତ୍ର, ନବୀନ ମାଝୀ, କେଶବ ଜେନା, ଆନନ୍ଦ କାଲୋ, ସୁର ବିଶ୍ୱାଳ, ଶୁକେନ୍ଦୁ ପାତ୍ର, ଅଶୋକ ସାହୁ, ପୂର୍ଣ୍ଣ ବେହେରା, ପ୍ରଦୀପ କଂସାରୀ, କାଶୀନାଥ ସାହାଣୀ, ପ୍ରସନଜିତ ବାସୁରୀ, ରବି ସେନାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.