ପାଟଣାଗଡ଼ରେ ୭୪ତମ ଉପଖଣ୍ଡୀୟ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ରେ ୭୪ତମ ଉପଖଣ୍ଡୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉପଖଣ୍ଡୀୟସ୍ତରୀୟ ଦିବସରେ ମୁଖ୍ୟଅତିଥି ଭାବରେ ସ୍ଥନୀୟ ରମାଇହାଇ ସ୍କୁଲ ପଡ଼ିଆରେ ଉପଜିଲ୍ଲାପାଳ ଡକ୍ଟର ବିଜୟା ନନ୍ଦ ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସହ ପୂର୍ବ ପୁରୁଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଙ୍କ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପେରେଡ଼ରେ ପ୍ରଥମ କରି ଏକ ସୁସଜ୍ଜିତ ଗାଡ଼ିରେ ଚଢି ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ ମିଳିତ ପେରେଡ଼ର ଅଭିବାଦନ ଜଣାଇଥିଲେ । ତାଙ୍କ ସହିତ ଥାନା ଅଧିକାରୀ ଅନନ୍ତ ପ୍ରଧାନ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ ଉପଖଣ୍ଡୀୟ ପୋଲିସ ଅଧିକାରୀ ଜୋତିର୍ମୟ ଭୁକ୍ତା ଓ ପାଟଣାଗଡ଼ର ବହୁ ଗନ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ତାହା ଉପସ୍ଥିତ ଦର୍ଶକଙ୍କ ମନଛୁଆ ହୋଇଥିଲା । ପରିଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ପୁରସ୍କୃତ କରିଥିଲେ । ପରେ ପରେ ଉପଜିଲ୍ଲାପାଳ ଜେଲକୁ ଯାଇ ଅନ୍ତୋବାଶିନୀଙ୍କ ଶହ ଆଲୋଚନା କରି ସେମାଙ୍କର ଅସୁବିଧା ସୁବିଧା ପଚାରି ବୁଝିଥିଲେ ଶେଷରେ ପାଟଣାଗଡ଼ ଡାକ୍ତରଖାନା ଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ।

Leave A Reply

Your email address will not be published.