ସାଧାରଣତନ୍ତ୍ର ଦିବସରେ ଆତ୍ମସମର୍ପଣ କଲେ ୩ କୁଖ୍ୟାତ ମାଓବାଦୀ

ମାଲକାନଗିରି : ମାଲକାନଗିରି ପୋଲିସ ନିକଟରେ ସାଧାରଣତନ୍ତ୍ର ଦିବସରେ ଜଣେ ମହିଳା ମାଓବାଦୀଙ୍କ ସହ ଅନ୍ୟ ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି । ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ୍ ଅମିତାଭ ଠାକୁର, ଡିଆଇଜି ଏସ୍ଆଇଡବ୍ଲୁ ଅନିରୁଦ୍ଧ ସିଂ, ଡିଆଇଜି (ଏସଡବ୍ଲୁଆର୍) ରାଜେଶ ପଣ୍ଡିତ, ଡିଆଇଜି ବିଏସଏଫ୍ ମଦନ ଲାଲ୍ ଏବଂ ମାଲକାନଗିରି ଏସପି ନୀତେଶ ୱାଧୱାନଙ୍କ ଉପସ୍ଥିତିରେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୩ ଜଣ ମାଓବାଦୀ ହେଲେ ମନୋଜ ମାଢି, ପାଣ୍ଡୁ କାବାସୀ ଓ ଆଇତା କର୍ଟ୍ଟାମି ବୋଲି ପୋଲିସ ସୂଚନା ଦେଇଛି । ୩ ଜଣ ଯାକ ମାଓବାଦୀ ମାଲକାନଗିରି ଜିଲ୍ଲାର ବାସିନ୍ଦା ।

Leave A Reply

Your email address will not be published.