୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜୟଶ୍ରୀ କେମିକାଲ ଶ୍ରମିକ ସଙ୍ଘ ତରଫରୁ ସଙ୍ଘ ଅଫିସ ଠାରେ ସିପିଆଇ ଗଞ୍ଜାମ ବ୍ଲକ ସହସମ୍ପାଦକ ବିଶ୍ୱନାଥ ବିଶ୍ୱାଳଙ୍କ ସଭାପତିତ୍ୱରେ ୭୪ତମ ସାଧାରତନ୍ତ୍ର ଦିବସ ପାଳିତ ହୋଇଯାଇଛି । ୟୁନିଅନ ସଭାପତି ତଥା ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆଗାମୀ ଦିନରେ ଭାରତର ସର୍ବଭୌମିତ୍ୱ, ଅଖଣ୍ଡତା, ଏକତା ରକ୍ଷ୍ୟା କରିବା ପାଇଁ ଶ୍ରମିକମାନଙ୍କୁ ଉଦ୍‌ବେକ୍ଷଣ ଦେଇଥିଲେ । ୟୁନିଅନ ଉପସଭାପତି ପ୍ରତାପ ବିଶ୍ୱଳ, ସମ୍ପାଦକ ସିମାଞ୍ଚଳ ପଲାଇ, ସହସମ୍ପାଦକ ଆଲେକ ସ୍ୱାଇଁ, ଠିକା ଶ୍ରମିକ ୟୁନିଅନ ସମ୍ପାଦକ ସୁନୀଲ କୁମାର ଜେନା, ମିଟୁ ବାରିକ, ରାମକୃଷ୍ଣ ରେଡ୍ଡୀ, ଦିଲ୍ଲୀପ ପାତ୍ର, ଉମାକାନ୍ତ ରାଓ, ଭାସ୍କର ଗୌଡ଼, ପୂର୍ଣ୍ଣ ସାହୁ ଓ ଶ୍ରମିକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.