oom

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ସରକାରୀ ପ୍ରାଥମିକ ବିଦ୍ୟାଳୟ, କେନାଲପଡା, ଡାଙ୍ଗରେ ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାଏକଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂକଳ୍ପ ପରିବାରର ସଂଯୋଜକ ବିକାଶ ଅଗ୍ରୱାଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ଅଗ୍ରୱାଲ ୭୪ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଦେଶ ଓ ମହାଭାରତୀୟ ଜାତିପ୍ରତି ବିନମ୍ର କୃତଜ୍ଞତା ଜ୍ଞାପନ କରିଥିଲେ । ଗଣତନ୍ତ୍ରର ଅର୍ଥ ବିଷୟରେ ଆଲୋକପାତ କରିବା ସହିତ ରାଷ୍ଟ୍ର ଗଠନରେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ପୁରୁଷମାନଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିବା ସହିତ ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଠିକ ସେହିପରି ଗଣତନ୍ତ୍ର ଦିବସ କେବଳ ସାମୟିକ ଆନନ୍ଦ ଦାୟକ ଉତ୍ସବ ନୁହେଁ ଏହା ଆମ ପାଇଁ ସମୀକ୍ଷାର ଦିନ । ଏହି ଦିନ ଆମେ ଶପଥ ନେବା ଆମ ଦେଶକୁ, ଆମ ଭାଷାକୁ ସୁରକ୍ଷିତ ରଖିବା, ସମ୍ମାନ ଦେବା ଶ୍ରଦ୍ଧା କରିବା । ଆସନ୍ତୁ ଆମେ ବନ୍ଧୁଗଣ ଆଜି ଆମେ ହାତକୁ ହାତ ମିଳାଇ ଏକ ସ୍ୱରରେ ଦୁର୍ନୀତିର ମୂଳୋତ୍ପାଟନ କରିବା, ଭ୍ରଷ୍ଟାଚାର ମୁକ୍ତ, ନିଶା ମୁକ୍ତ ଭାରତ ଗଠନ କରିବା, ବେକାରୀ ସମସ୍ୟା ହଟାଇବା ତାହେଲେ ଜନରାଜ୍ୟ ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ଆଲୋକପାତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଶ୍ରୀମତୀ ପାୟଲ ମହାପାତ୍ର ଏଥିରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ରାଜକୁମାରୀ ବନଛୋର, ସରୋଜ ମହଲା, ସବିତା ମହଲା, ରାଜକୁମାର ବନଛୋର, ରେବତ ବୁଡେକ, ମନୋଜ ବାଗ, ସସ୍ମିତା ତରେଇଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟର ସହଶିକ୍ଷୟିତ୍ରୀ ଶ୍ରୀମତୀ ବର୍ଷା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.