ମ.ରାମପୁରରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରର ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଜି ସର୍ବ ସାଧାରଣରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସକାଳ ୮ ଘଣ୍ଟା ୧୫ ମିନିଟ ସମୟରେ ମୁଖ୍ୟ ଅତିଥି ଭାବରେ ବିଡିଓ ବିନୟ କୁମାର ଭୋଇ ଉପସ୍ଥିତ ରହି ଜାତୀୟ ପତାକାକୁ ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ତହସିଲଦାର ଜ୍ୟୋତ୍ସ୍ନା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ । ତ୍ରିରଙ୍ଗା ପତାକା ଉତ୍ତୋଳନ ଏବଂ ଜାତୀୟ ସଙ୍ଗୀତ ଗାନ କରିବା ପରେ ମ.ରାମପୁର ମହାବିଦ୍ୟାଳୟର ଖେଳ ଶିକ୍ଷକ ତୋଫାନ ଗୌଡ଼ିଆ ସମସ୍ତ ଅତିଥିବୃନ୍ଦଙ୍କୁ ପାଛୋଟି ନେଇ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନ କରି ପରିକ୍ରମା କରିବା ପରେ ପ୍ୟାରେଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ୟାରେଡ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ପ୍ୟାରେଡରେ ସ୍ଥାନୀୟ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସୁଦୃଶ୍ୟ ଏବଂ ଶୃଙ୍ଖଳିତ ପ୍ୟାରେଡରେ ବରିଷ୍ଠ ବିଭାଗରେ ଦାନିଏଲ୍ ପବ୍ଲିକ ସ୍କୁଲ ପ୍ରଥମ ଓ ଶ୍ରୀ ଏଜୁକେସନ ବାଳିକା ଦ୍ଵିତୀୟ ସ୍ଥାନ । କନିଷ୍ଠ ବିଭାଗରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଳିକା ପ୍ରଥମ ଓ କେଜିବିଭି ଛାତ୍ରୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପ୍ୟାରେଡ ବିଚାରକ ଭାବରେ ଆଇଆଇସି ସଚିନ୍ଦ୍ର ପ୍ରଧାନ, ମ.ରାମପୁର ବନ ଅଧିକାରୀ ଅସିତ୍ ଦାସ ଓ ନର୍ଲା ବନ ଅଧିକାରୀ ପ୍ରଶାନ୍ତ ପାଳ ରହିଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିବ ପଟ୍ଟନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.