jayashree

ଉଗ୍ରରୂପ ନେଇଛି ନୂଆପଡ଼ା ବ୍ଲକ ପତୋରା ଅପର ଜୋଙ୍କ ଜଳ ଆବଣ୍ଟନ

ନୂଆପଡ଼ା, (ନିରାକାର ମେହେର) : ଉଗ୍ରରୂପ ନେଇଛି ନୂଆପଡ଼ା ବ୍ଲକ ପତୋରା ଅପର ଜୋଙ୍କ ଜଳ ଆବଣ୍ଟନ । ସୂଚନା ଅନୁସାରେ ଆଜି ତଳମୁଣ୍ଡ ଚାଷୀ ପାଣି ପାଇଁ ଜିଲ୍ଲାପାଳଙ୍କୁ ତାଲା ପକାଇବା ସହ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପଣବନ୍ଦୀ କରିଛନ୍ତି । ଗତ ମାସେ ହେବ ପତୋରା ଅପର ଜୋଙ୍କ ପ୍ରକଳ୍ପରେ ଚଳିତ ରବି ଚାଷ ପାଇଁ ପାଣି ଆବଣ୍ଟନକୁ ନେଇ ବିବାଦ ଦେଖା ଦେଇଛି । ଗତ ଜାନୁୟାରୀ ୧ରୁ ପତୋରା ମୁଖ୍ୟ କେନାଲ ଉପରେ ଯୋଗେଶ୍ଵର ମଞ୍ଚ ତରଫରୁ ଧାରଣାରେ ବସିଛନ୍ତି । ଗତ ୨୩ ତାରିଖ ସନ୍ଧ୍ୟାରେ ପ୍ରକଳ୍ପରୁ ପାଣି ଛଡା ଯାଇଥିଲେ ବି ଉପରମୁଣ୍ଡ କେନାଲ ୱବାଲେଟ ଖୋଲା ଯାଇଥିବାରୁ ତଳମୁଣ୍ଡକୁ ପାଣି ପହଞ୍ଚି ପାରିନାହିଁ । ଅନ୍ୟପକ୍ଷରେ ତଳମୁଣ୍ଡ ଚାଷୀଙ୍କୁ ପାଣି ଦେବାର ମହଲତ ସାରି ଯାଇଛି । ଏଭଳି ସ୍ଥିତିରେ ତଳମୁଣ୍ଡ ଚାଷୀ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ପୂର୍ବାହ୍ନରେ ତଳମୁଣ୍ଡ ଚାଷୀ ଜିଲ୍ଲାପାଳ ଅଫିସ ଘେରାଉ କରିବାକୁ ଆସିଥିଲେ । ସେଠାରେ ଜିଲ୍ଲାପାଳ ଅଫିସର ଦୁଇ ମୁଖ୍ୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.