csstore

ଶିଳ୍ପ ବିଭାଗରେ ଜାତୀୟ ଭୋଟର ଦିବସ ଶପଥ ପାଠ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ କାର୍ଯ୍ୟାଳୟଠାରେ ଜାତୀୟ ଭୋଟର ଦିବସ ଉପଲକ୍ଷେ ସମସ୍ତ କର୍ମଚାରୀଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୋଟର ଦିବସ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରାଯାଇଥିଲା । ପରେ ଏହି ଜାତୀୟ କାର୍ଯ୍ୟକ୍ରମର ବାର୍ତ୍ତା ସମସ୍ତ ନାଗରିକଙ୍କ ନିକଟରେ ପହଞ୍ଚାଇବା ସହ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ଗଣତନ୍ତ୍ରର ଗରିମାକୁ ବୃଦ୍ଧି କରିବା ପାଇଁ ଶ୍ରୀ ନାୟକ କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ରମାକାନ୍ତ ମିଶ୍ର, ଯୁଗ୍ମ ସଚିବ ଶୈଳେନ୍ଦ୍ର ନାରାୟଣ ନାୟକ, ଉପସଚିବ ଅଶୋକ କୁମାର ରାଉତରାୟ, କୁମୁଦ ଚନ୍ଦ୍ର ସାହୁ, କେଶବ ଚନ୍ଦ୍ର ସାହୁ, ଅନୁସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, କର୍ମଚାରୀଗଣ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.