csstore

ଭାରତ ଯୋଡୋ ଯାତ୍ରାରେ ନିଜ ମାଟିରେ ପହଁଚିଲେ ଶରତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ଡାକ ବଙ୍ଗଳା ଠାରୁ କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡୋ ଯାତ୍ରାକୁ ବିପୁଳ ସ୍ୱାଗତ କରାଯାଇଥିଲା । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଖରିଆର ବିଧାୟକ ଅଧୀରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଶୁଭେନ୍ଦୁ ମହାନ୍ତି, ଯୁବ ସଭାପତି ରାଜା ଲେଙ୍କା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ସମେତ ବ୍ଲକ ତଥା ଟିଟିଲାଗଡ ଓ ଗୁଡଭେଲାରୁ ବହୁ କଂଗ୍ରେସ କର୍ମୀ ଓ ସାଧାରଣ ଲୋକେ ଯୋଗ ଦେଇଥିଲେ । ତେବେ ସଇଁନ୍ତଲାରେ ଭାରତ ଯୋଡୋ ଯାତ୍ରା ପ୍ରବେଶ କରିଥିବା ବେଳେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏହାର ପ୍ରତିଫଳନ ଆଗାମୀ ୨୦୨୪ ନିର୍ବାଚନରେ ଟିଟିଲାଗଡରେ ପଡ଼ିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ଜାତୀୟ ରାଜପଥ ୨୬ରେ ଏହି ଯାତ୍ରା ଯାଉଥିବା ବେଳେ ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

jayashree
Leave A Reply

Your email address will not be published.