csstore

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ବୀର ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି । ଛତ୍ରପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଭାତଫେରି, ମାଲ୍ୟାର୍ପଣ ସହ ଭକ୍ତିପୂତ ସମ୍ମାନ ସ୍ୱରୂପ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଛତ୍ରପୁର ସହରର ୱାର୍ଡ଼ ନମ୍ୱର- ୮ ସ୍ଥିତ ନୀଳକଣ୍ଠେଶ୍ଵର ସାହି ନିକଟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ଜୟଗାନ ସାମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ୱାର୍ଡ଼ ୮ର ସ୍ୱାଧୀନ କାଉନସିଲର ପ୍ରାର୍ଥୀ ମହେଶ କୁମାର ଗୌଡ଼, ସମାଜସେବୀ ଭାଗିରଥୀ ବେହେରା, ଶ୍ରମିକ ନେତା ଇଜୁ ଅମିନ ଖାଁ, ଯୁବ ନେତା ମନୋଜ ମିଶ୍ର, ପ୍ରସନ୍ନ ପ୍ରଧାନ, ଗୁରୁପ୍ରିୟ ଆଚାରି, ଏ. ଶେଖର, ଏନ୍.ଦୁଷ୍ମନ୍ତ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ।

jayashree
Leave A Reply

Your email address will not be published.