csstore

ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହାନ ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଆ ସ୍ୱାଭିମାନର ପ୍ରତୀକ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ଡ଼. ଶିବ ପ୍ରସାଦ ମିଶ୍ର, ନବୀନର ସମ୍ପାଦକ ରବି ରଥ, ଅବନୀ ଗୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁବାଷ ଚନ୍ଦ୍ର ମିଶ୍ର, ହୃଷିକେଶ ପାତ୍ର, ସୁବାସ ଚନ୍ଦ୍ର ପାତ୍ର, ଆଡଭୋକେଟ ପ୍ରଣୟ କୁମାର ପଣ୍ଡା, କୁମାର କାର୍ତ୍ତିକେଶ୍ୱର ପ୍ରଧାନ, ବଂଶୀଧର ଭୂୟାଁଏ ବିରେନ କୁମାର ବେହେରା, ବଂଶୀଧର ଭୂୟାଁ, କବିରାଜ ସାହୁ, ଶ୍ୟାମ୍ବାଶିବା ରାଓ, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ । ନେତାଜୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବକ୍ତାମାନେ କହିଥିଲେ ।

jayashree
Leave A Reply

Your email address will not be published.