pakka

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ

bbehera

ସାକ୍ଷୀଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାରମ୍ପରିକ ଶୈଳୀରେ ସମୂହ ଛାତ୍ରଛାତ୍ରୀ ଓ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପାଳିତ ହୋଇଯାଇଛି । ପ୍ରଥମେ ପୂଣ୍ୟତ୍ମା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ତତ୍‌ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଛାୟା ଛବିରେ ମାନସ ରଞ୍ଜନ ପଟ୍ଟନାୟକ ଫୁଲମାଳ ଦେଇଥିଲେ । ଛାତ୍ରଛାତ୍ରୀମାନେ ନେତାଜୀ ଅମର ରହେ ସ୍ଲୋଗାନ ଦେବା ସହ କିଛି ମାତ୍ରାରେ ଛାତ୍ରଛାତ୍ରୀ ତାଙ୍କରି ଗୁଣଗାନ୍‌ କରି ମହାନ୍‌ ସ୍ୱାଧିନତା ସଂଗ୍ରାମୀର ଆଖ୍ୟା ଦେଇଥିଲେ । ଭାରତ ମାତା କି ଜୟ, ବୀର ସୁରେନ୍ଦ୍ର ସାଏ କି ଜୟ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବିଦ୍ୟାଳୟ ପରିସର । ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

jay balangir

Comments are closed, but trackbacks and pingbacks are open.

error: Content is protected !!