ପୂର୍ବ ଶତୃତାରୁ ଗୋଷ୍ଠୀ ସଂଘର୍ଷ : ୧ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପିତାତଳି ଗାଁରେ ଗୋଷ୍ଠୀ ସଂଘର୍ଷ । ଏଥିରେ ପଥର ମାଡ଼ ସହ ବୋମାମାଡ଼ ହୋଇଥିବା ଜଣାପଡିଛି । ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ଜଣକ ହେଲେ କେ.ଲୋକନାଥ । ଘଟଣାସ୍ଥଳରେ ଗୋଳନ୍ଥରା ଥାନା ଅଧିକାରୀ, ସଦର ଏସଡିପିଓ ଓ ବ୍ରହ୍ମପୁର ଅତିରିକ୍ତ ଏସପି ପହଞ୍ଚି ତଦନ୍ତ କରୁଛନ୍ତି । ଗୁରୁତରଙ୍କୁ ପ୍ରଥମେ ଚିକିଟି ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Leave A Reply

Your email address will not be published.