oom

ସଂସ୍କୃତି ସଂସଦ ଓ ଏସ୍‌ସିଡି ଆଖି ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଶିବିର

jsmm
  • ୧୬୯ ଜଣ ରୋଗୀ ପାଇଲେ ଚକ୍ଷୁସେବା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପ୍ୟାଲେସ ଲାଇନ ସଂସ୍କୃତି ଶିବିର ଓ ପପଲପଦର ଟିଟିଲାଗଡର ଏସ୍‌ସିଡି ଆଖି ଡାକ୍ତରଖାନା ପକ୍ଷରୁ ଏକ ଚକ୍ଷୁ ଶିିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୧୬୯ ଜଣ ରୋଗୀ ଚକ୍ଷୁ ଶିବିରରେ ସେବା ପାଇଥିବା ବେଳେ ୪୪ ଜଣଙ୍କ ମୋତିଆ ବିନ୍ଦୁ ଚିହ୍ନଟ, ୩୩ ଜଣଙ୍କୁ ଅସ୍ତ୍ରୋପ୍ରଚାର ପାଇଁ ଟିଟିଲାଗଡକୁ ସ୍ଥାନାନ୍ତରିତ ଓ ୫୫ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ମୁଖ୍ୟ ଅତିଥି ଓ ଜିଲ୍ଲା କ୍ରୀଡା ସଂଘର ସଂପାଦକ ହରିନାରାୟଣ ପୁଜାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉକ୍ତ ଶିବିରର ଶୁଭାରମ୍ଭ କରିଥିଲେ । ଏସ୍‌ସିଡି ଡା. ମୋହିତ ମୋହନ ଦାଶ ଓ ଡା. ସାହୁଙ୍କ ନେତୃତ୍ୱରେ କୋଡିନେଟର ଶୈଲେନ୍ଦ୍ର ନାଏକ, ବୈଷୟୀକ ସହାୟକ ପ୍ରେମା ରଞ୍ଜନ ସାଗର, ସଙ୍ଗୀତା ବାରିକ ଓ ଚନ୍ଦ୍ରକାନ୍ତ ମହାନନ୍ଦ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ସେହିପରି ସଂସ୍କୃତି ସଂସଦର ସଭାପତି ନରେଶ କୁମାର ବେହେରା, ଉପସଭାପତି ବୁଲୁ ବିଶୋଇ, ସାଧାରଣ ସଂପାଦକ ପ୍ଲେଡନ ତାଣ୍ଡି, କୋଷାଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ, ସଂସଦ ପରାମର୍ଶଦାତା ଓଙ୍କାର ନାୟକ, ଗଜେଶ ବାଗ, ମଦନ ଆଚାର୍ଯ୍ୟ, ସଲିଲ ଦାଶ, ଭବାନୀ ପଟ୍ଟନାୟକ, ପ୍ରକାଶ ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ପିତାମ୍ବର ଖମାରୀ, ଦେବାଶିଷ ଲେଙ୍କା, ସଞ୍ଜୟ, ସୁମନ୍ତ ବିଶୋଇ, ରମେଶ ବେହେରା, ଚିଣ୍ଟୁ ଦାନୀ, ରିଙ୍କୁ ଦିକ୍ଷିତ, ସମାଜସେବୀ ରମେଶ ବାଗ, ଭରତ ବେହେରା ଓ ଅଜିତ ସାଗର ପ୍ରମୁଖ ରୋଗୀଙ୍କୁ ଦେଖାରେଖା କରିବା ସହ କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ । ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଶିବିରକୁ ପହଞ୍ଚି ରୋଗୀଙ୍କ ହାଲ ଚାଲ ବୁଝିଥିଲେ ।

jittmm
Leave A Reply

Your email address will not be published.