ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ

ଦିଗପହଣ୍ଡି : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ ଶନିବାର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ସିଦ୍ଧେଶ୍ୱର, ଫାଶୀଗୁଡା ଓ ଆଙ୍କୋରଡ଼ା ପଂଚାୟତ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସିଦ୍ଧେଶ୍ୱରରେ ନିର୍ମାଣ ହେଉଥିବା ଆଦର୍ଶ ଗୋ ଶାଳା ଦେଖିବା ପରେ ଫାଶୀଗୁଡା ସ୍କୁଲ ଘର ଏବଂ ଅମୃତ ସରୋବରକୁ ଦେଖିଥିଲେ । ଏହାପରେ ଆଙ୍କୋରଡ଼ା ଆସି ମିଶନ ଶକ୍ତି ଗୃହ, ଏଏନ୍‌ଏମ୍‌ ସେଣ୍ଟର ଦେଖିଥିଲେ ଏବଂ ମିଶନ ଶକ୍ତି ସଭ୍ୟାଙ୍କ ସହ ଆଲୋଚନା କରିଥିଲେ । ଏଏନ୍‌ଏମ୍‌ ସେଣ୍ଟର କିପରି ଚାଲିଛି ପଚାରି ବୁଝିଥିଲେ । ଏହି ଅବସରରେ ବିଡ଼ିଓ ହଳଧର ଶବର ଏବଂ ସିଡିପିଓଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ସମେତ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.