- ୬୦ ଜଣ ଛାତ୍ରଛାତ୍ରୀ ଶପଥ ନେଲେ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ସୁପ୍ରିମ ଟାକ୍ସ ନର୍ସିଂ କଲେଜ ପ୍ରତିଷ୍ଠା ଦିବସ ଓ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସୁପ୍ରିମ ଟାକ୍ସ ନିର୍ଦ୍ଦେଶକ ଅଜିତ ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ବଲପୁର ଡାଇସିସ ବିଶପ ଆରଟି ରେଭେରାଣ୍ଟ ଡ. ପିନୁଏଲ ଦୀପ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମାରୋହକୁ ଉଦ୍ଘାଟନ କରି ତ୍ୟାଗପୁତ ସେବା ପାଇଁ ଆହ୍ୱାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଡାଇସିସର ସମ୍ପାଦକ ସନ୍ଦିପ ନାଗ ପ୍ରାରମ୍ଭିକ ପ୍ରାର୍ଥନା ସହିତ ସଭା ଆରମ୍ଭ କରିଥିଲେ । ନିର୍ଦ୍ଦେଶକ ପାଲ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ୱଳମୟ କାମନା କରିଥିଲେ । ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଯୋଗ ଦେଇ ଆଦର୍ଶ ସେବିକା ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଡିନ୍ ଡା. ସବିତା ମହାପାତ୍ର ଯୋଗଦେଇ ନିଷ୍ଠାପର ଭାବେ ସେବା କରିବାକୁ ପରାମର୍ଶମାନ ଦେଇଥିଲେ । ସୁପ୍ରିମ ଟାକ୍ସ ସହନିର୍ଦ୍ଦେଶକ ପ୍ରବୀଣ ନାଗ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ହସ୍ପିଟାଲ ମ୍ୟାନେଜର ସତ୍ୟସୁନ୍ଦର ଦୀପ ପରିଚାଳନା କରିଥିଲେ । ଶପଥ ଗ୍ରହଣ ଉତ୍ସବରେ ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରୋଗୀ ସେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା କମିଟି ଅଧ୍ୟକ୍ଷ ଡା. ସିଦ୍ଧେଶ୍ଵର ମିଶ୍ର, ସୁପ୍ରିମ ଟାକ୍ସ ଫାଇନାନ୍ସ ନିର୍ଦ୍ଦେଶିକା ବିଭୁପ୍ରିୟା ବାଗ ଓ କଲେଜ ଅଧ୍ୟକ୍ଷା ଲକ୍ଷ୍ମୀ ମେହେର ମଂଚାସିନ ଥିଲେ । ପ୍ରଶାସନିକ ଅଧିକାରୀ ପ୍ରିତମ କୁମାର ବାଗ, ଅଧ୍ୟାପକ ପି.ଦାଶ, ମିଲି ସୁନା, ସ୍ୱାତିପ୍ରୀୟା ଦାଶ, ସି. ରୁହାମା, ଅରପିରାଣୀ ପାଣି, ନେତ୍ରାନନ୍ଦ ଥାଟି ପ୍ରମୁଖ ସହଯୋଗ କରିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ୬୦ ଜଣ ଛାତ୍ରଛାତ୍ରୀ ଉତ୍ତମ ସେବିକା ହେବାକୁ ଶପଥ ନେଇଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ପ୍ରଦାନ କରିଥିଲେ । ପରିଶେଷରେ କଲେଜ ସୁପରିନ୍ଟେଣ୍ଡେଣ୍ଟ ସିମନ ପାଲ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।