csstore

ନେତାଜୀ ସୁବାଷ ଚନ୍ଦ୍ର ବୋଷ ରଥକୁ ସ୍ୱାଗତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ରଥକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ନେତାଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଇଁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ରଥ ବିଭିନ୍ନ କଲେଜ ଏବଂ ବିଦ୍ୟାଳୟମାନଙ୍କୁ ପରିକ୍ରମା କରି ମହାନ ବାର୍ତ୍ତା ପ୍ରଦାନ କରିବ । ପରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ର ତଥା ନେତାଜୀ ସୁବାଷ ଚନ୍ଦ୍ର ରଥକୁ ନେଇ ଆସିଥିବା କର୍ମକର୍ତ୍ତା ମଧୁସୁଦନ ବାଗ, ଗୌରୀ ରାଉତ, ଅହଲ୍ୟା ସାହୁ, ସାଗର ନନ୍ଦ ପ୍ରମୁଖ ନେତାଜୀଙ୍କର ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ‘ମତେ ତମେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି’ ନାରାରେ ମାର୍ମିକତା ବିଷୟରେ ଅତିଥି ଗଣ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ଦ୍ରୋପଦୀ ଭୋଇ, କାନ୍ତୀ ଭୋଇ, ଯଶୋବନ୍ତୀ ସୁନା, ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଲ, ସମୀର ସେଠି, ଦୀପକସେନ ଧରୁଆ, ସୁଦର୍ଶନ ଦାଶ, କୃପାସିନ୍ଧୁ ମିଶ୍ର, ଜୁନିୟର ରେଡକ୍ରସ କାଉନସିଲର ରାମନାରାୟଣ ଦାଶ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ମହାନ ବ୍ୟକ୍ତିଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.