ଯାତ୍ରୀଙ୍କ ପାଇଁ ସ୍ୱଚ୍ଛ ପାନୀୟଜଳ ଲୋକାର୍ପଣ କଲେ ଶ୍ରୀମୟୀ ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୂତନ ବସ୍‌ ଟ୍ରିବୁନାଲଠାରେ ଯାତ୍ରୀଙ୍କ ପାଇଁ ସ୍ୱଚ୍ଛ ପାନୀୟଜଳ ଲୋକାର୍ପଣ କଲେ କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବେଡ୍‌ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ସଭାପତି ଦୁର୍ଗା ପ୍ରସାଦ ବେହେରା, ସଂପାଦକ ପ୍ରଦ୍ୟୁତ ମିଶ୍ର ଉପସ୍ଥିତ ରହିଥିଲେ । ଏହି ଅବସରରେ ଜିଲ୍ଲା ଘରୋଇ ବସ ମାଲିକ ସଂଘ ତରଫରୁ ଶ୍ରୀମତି ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଏସ୍‌ଏଚ୍‌ଜି ଦ୍ୱାରା ପରିଚାଳିତ ରେଷ୍ଟ୍ରୁରେଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ । ଓମ୍‌ ପ୍ରକାଶ ଚାନ୍ଦ, ବୁଲୁ ନାଏକ, ଶିବ ପଟେଲ, ସଂଜିବ ପଣ୍ଡା, ଚନ୍ଦ୍ରମଣି ତ୍ରିପାଠୀ, ପିଣ୍ଟୁ ପଟ୍ଟନାୟକ, ଡମ୍ବରୁଧର ଆଚାର୍ଯ୍ୟ, ସତ୍ୟ ପତୀ, ପ୍ରଶାନ୍ତ ମହାକୁର ଓ ପରିବହନ ନିଗମର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.