ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ- ୨୦୨୩ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ଶନିବାର ଦିନ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ୨୦୨୩ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଙ୍ଗଦେଓ, ମୁଖ୍ୟବକ୍ତା ରୂପେ, ଏ.ବି.ସି.ଏସ୍‌ କଳାହାଣ୍ଡିର ଅଧ୍ୟକ୍ଷ ତଥା ଗୋଛାଡେଙ୍ଗେନ ସରପଞ୍ଚ ଡଃ ସୁରେଶ କୁମାର ପଧାନ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନି ସିଙ୍ଗଦେଓ, ଅଲାତରା ସରପଞ୍ଚ ସସ୍ମିତା ନାଗ, ମୋ ସ୍କୁଲ ସଭାପତି ପଞ୍ଚୁଦେବ ସାହୁ, ୩ ଜଣ ଶିକ୍ଷାବିତ ତଥା ସ୍କୁଲ ପ୍ରତିଷ୍ଠାତା ପିତାମ୍ବର ନାଗ, ଘନଶ୍ୟାମ ବଗର୍ତ୍ତି ଓ ଖଗେଶ୍ୱର ରଣା ଉପସ୍ଥିତ ରହି ଅଞ୍ଚଳରେ ଶିକ୍ଷାର ବିକାଶ ଓ ଅଭିଭାବକମାନଙ୍କ ଭୂମିକା ଉପରେ ଦିଗଦର୍ଶନ ଦେଇଥିଲେ । ଆଉ ଜଣେ ସ୍କୁଲ ପ୍ରତିଷ୍ଠାତା ସ୍ୱର୍ଗତ ତ୍ରିନାଥ ରଣାଙ୍କୁ ମରଣୋତ୍ତର ସମ୍ମାନରେ ତାଙ୍କ ପୁତ୍ର ପ୍ରେମାନନ୍ଦ ରଣାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସେହିଭଳି ବିଦ୍ୟାଳୟର ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୨୦୨୦ ଗୋପୀନାଥ ବିଶି, ୨୦୨୧ ବର୍ଷ ପାଇଁ ଜୟନ୍ତ ପଧାନ, ୨୦୨୨ ବର୍ଷ ପାଇଁ ବିକ୍ରମ କେଶରୀ ସିଂ, ସ୍ପୋର୍ଟସ ଚାମ୍ପିୟାନ ୨୦୨୩ ସମୀକ୍ଷା ନାୟକ ଓ ଚନ୍ଦନ ରଣା ସହ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ଶିକ୍ଷକ ଅଶୋକ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ବେଣୁଧର ରଣା ଧନ୍ୟବାଦ ଦେଇଥିଲେ । ଶିକ୍ଷକ ପ୍ରମୋଦ କୁମାର ସାହୁ, କୁଳେନ୍ଦ୍ର ବୈଠାରୁ, ଶ୍ୟାମ ସୁନ୍ଦର ପ୍ରତିହାରୀ, ଦେବେନ୍ଦ୍ର ଶବର, ସଞ୍ଜୟ କୁମାର ପାତ୍ର, ସନ୍ତୋଷ କୁମାର ସେଠୀ, ଶିକ୍ଷୟିତ୍ରୀ ପ୍ରିୟ ଦର୍ଶିନୀ ପାତ୍ର, କନିଷ୍ଠ କିରାଣୀ ଦାମୋଦର ଭୋଇ ସମେତ ଧନୁଜୟ ବଗର୍ତ୍ତି, ଗୌରାଙ୍ଗ ଷାଣ୍ଢ, ଶୋଭାଗିନୀ ପ୍ରଧାନ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.