ଗଳା କାଟି ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ରେବିଙ୍ଗିଆ ସାତାମସ୍କା ନିଖୋଜ ବୃଦ୍ଧାଙ୍କ କ୍ଷତ ବିକ୍ଷତ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଜଣାପଡିଛି । ଏଥିସହ କେହି ଦୁର୍ବୃତ୍ତ ବୃଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଦୁଇ ଦିନ ତଳେ ସାତାମସ୍କା ଗାଁର ମାଣ୍ଡୁଲି ମଳିକ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗଞ୍ଜରସିଂ ପାହାଡ଼ରେ କ୍ଷତ ବିକ୍ଷତ ଅବସ୍ଥାରେ ବୃଦ୍ଧାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଘଟଣାସ୍ଥଳରେ ବିଳମ୍ୱରେ ପହଞ୍ଚିଥିଲା ପୋଲିସ । ସମ୍ପର୍କୀୟ ଲୋକେ ରାତିରେ ବାଧ୍ୟ ହୋଇ ଅଟୋ ଯୋଗେ ମୃତଦେହ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ମେଡିକାଲକୁ ଆଣିଥିଲେ । ତେବେ ଘଟଣା ବାବଦରେ ବାଲିଗୁଡ଼ା ଥାନା ପୋଲିସ ତଦନ୍ତ ଜାରି ରଖିଛି । କିଏ କାହିଁକି ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟାକଲା ଏଯାଏଁ ଏହାର କାରଣ ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି ।

Leave A Reply

Your email address will not be published.