ତାମିଲନାଡ଼ୁ କ୍ରୀଡ଼ାମନ୍ତ୍ରୀ ବୁଲିଲେ ଭୁବନେଶ୍ୱର

ଭୁବନେଶ୍ୱର : ହକି ବିଶ୍ୱକପ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ରକ୍ଷା କରି ତାମିଲନାଡ଼ୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟ ନିଧି ଷ୍ଟାଲିନ ଓଡ଼ିିଶା ଗସ୍ତରେ ଆସିଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୁରୁବାର ମ୍ୟାଚ୍‌ ଦେଖିଥିଲେ । ଶୁକ୍ରବାର ଶ୍ରୀ ଷ୍ଟାଲିନ ନିଜ ଟିମ୍‌ ସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ଏହି ଅବସରରେ ସେ ନିଳାଦ୍ରୀବିହାର ସ୍ଥିତ ଇଶାଣେଶ୍ୱର ବିଜୁ ଆଦର୍ଶ କଲୋନୀ ଗସ୍ତ କରିଥିଲେ । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‌’ ଜରିଆରେ ପାଣି ପିଇଥିଲେ । ଏହି ଅବସରରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ ଓ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.