ଛତ୍ରପୁର ବ୍ରହ୍ମାକୁମାରୀ ସଂସ୍ଥାନରେ ୫୪ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରବର୍ତ୍ତିତ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ୫୪ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ରେଳ ଷ୍ଟେସନର ଡେପୁଟି ସୁପରିଣ୍ଟେଣ୍ଡେଟ ସୁବ୍ରତ ବେହେରା, ହରଡ଼ାଖଣ୍ଡୀ ମଠ ମହନ୍ତ ମହାରାଜ ନରେନ୍ଦ୍ର ଦାସ ଯୋଗ ଦେଇଥିଲେ । ସଂସ୍ଥାନ ଶାଖା ପରିଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଆତ୍ମଜ୍ଞାନ ଓ ସହଜ ରାଜଯୋଗ ଦ୍ୱାରା ଉତ୍ତମ ଚରିତ୍ର ଗଠନ ହୋଇଥାଏ ବୋଲି ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ସଂସ୍ଥାନର ରାଜଯୋଗିନୀ ଗଣ ଏବଂ ବହୁ ବ୍ରହ୍ମାକୁମାରୀ ଭାଇ ଭଉଣୀ, ମାତାମାନେ ଯୋଗଦେଇ ବାବାଙ୍କ ବିଭୂକୃପା ଲାଭ କରିଥିଲେ ।

Leave A Reply

Your email address will not be published.