ମହାନଦୀରେ ବୁଡ଼ି ଯୁବକ ନିଖୋଜ

ନରସିଂହପୁର : ମହାନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଥିବା ଖବର ମିଳିଛି । ଯୁବକ ଜଣକ ହେଲେ ନରସିଂହପୁର ବ୍ଲକ ଅନ୍ତର୍ଗତ ଅଲରା ଗ୍ରାମର ଗୋପବନ୍ଧୁ ମହାନ୍ତି(ବାପୁନା) । ନୂଆପାଟଣା ମହାନଦୀ ଘାଟରେ ବୁଡି ନିଖୋଜ ଥିବା ଜଣାପଡିଛି । ଖବର ପାଇ ନରସିଂହପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ମହାନଦୀରେ ଖୋଜାଖୋଜି କରୁଥିବା ଜଣାପଡିଛି ।

Leave A Reply

Your email address will not be published.