
ଭୁବନେଶ୍ୱର : ମିସ୍ ଆଣ୍ଡ ମିସେସ୍ ଇଣ୍ଡିଆ କୁଇନ୍ ଅଫ ହାର୍ଟସ୍ ସିଜନ୍-୫ରେ ଓଡ଼ିଆ ଝିଅ ଗୁଡ୍ଡିଙ୍କ କମାଲ । ମିସେସ୍ ପପୁଲାର ଏବଂ କନ୍ଫିଡେଂଟ କାଟାଗୋରୀରେ ସମସ୍ତଙ୍କୁ ପଛରେ ପକାଇ ବିଜେତା କ୍ରାଉନ ହାସଲ କରିଛନ୍ତି ଗୁଡ୍ଡି । ନୂଆଦିଲ୍ଲୀ କନକପୁରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ୨୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିମଧ୍ୟରୁ ୫୦ ଜଣ ଗ୍ରାଣ୍ଡ ଫିନାଲେକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀମାନେ ନିଜ ନିଜର ପ୍ରତିଭା ଦେଖାଇଥିଲେ । ଗୁଡ୍ଡି ନିଜ ଟ୍ୟାଲେଂଟରେ ଜଜ୍ଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ପୂର୍ବରୁ କଳିଙ୍ଗ ଗୌରବ ପକ୍ଷରୁ ଆୟୋଜିତ ମିସେସ୍ କଳିଙ୍ଗ ସୁନ୍ଦରୀ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ ।