ମ.ରାମପୁର ବ୍ଲକରେ ସଡକ ସୁରକ୍ଷା ସପ୍ତାହ ପାଳିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ ପ୍ରାଧିକରଣ ଓ ମ.ରାମପୁର ଥାନା ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମ.ରାମପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) କର୍ଲାମୁଣ୍ଡା ବ୍ଲକର ସଭ୍ୟମାନେ ସହଯୋଗ କରି କାର୍ଯ୍ୟକ୍ରମ ସମ୍ପାଦିତ କରିଥିଲେ । ଏହି ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମରେ ପ୍ରାୟ ୬୦୦ରୁ ଅଧିକ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ମ.ରାମପୁର ଥାନା ଭାରପ୍ରାପ୍ତ ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଏସଆଇ ଜୟଦେବ ତାରିଣୀ, ଏଏସଆଇ ମାନଧର ମାଝୀ, ଅରୁଣ ବତ୍ରିଆ, କନେଷ୍ଟବଳ ସସ୍ମିତା ପ୍ରଧାନ, କାମିନୀ ଭୋଇ, ବିଏସଏଫରୁ ଭକ୍ତ ଚନ୍ଦ୍ର ରାଏ, ଚେତନ୍ୟ ସାହୁ ସମେତ ସମସ୍ତ ଥାନା ଅଧିକାରୀମାନେ ଯୋଗ ଦେଇଥିଲେ । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ପୂର୍ବତନ ସ୍ୱେଚ୍ଛାସେବୀ ହେମସାଗର ସାହୁ, ମ.ରାମପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟ, ସାଇଲସନ, କୈଳାଶ, ରୋମାଞ୍ଚଳ, ସୁମନାଥ, ରଜନୀକାନ୍ତ, ଶୁଭମ, କୁହ୍ନା, ପ୍ରମେଶ୍ୱର, ପ୍ରଦୀପ, ଜୟନ୍ତ, ପ୍ରତାପ ପ୍ରମୁଖ ଉପସ୍ଥିତ ଥିବାବେଳେ କଳାରୁଦ୍ର ଯୁବକ ସଂଘର ସଭ୍ୟ ତୁଷ୍ମନ୍ତ ସାହୁ, ହେମନ୍ତ ସାହୁ, ମଳୟ ରଞ୍ଜନ ସାହୁ, ହରପ୍ରସାଦ ସାହୁ, ଲଳିତ ସାହୁ, ନୀଳକଣ୍ଠେଶ୍ଵର ସାହୁ, କବିରାଜ ସାହୁ, ବିକାଶ ସାହୁ ଯୋଗେ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ହେଲମେଟ ପିନ୍ଧାଇବା ସହ ସଡ଼କ ସୁରକ୍ଷା ଉପରେ ସ୍ଲୋଗାନ କହି ଲୋକମାନଙ୍କୁ ସଚେତନ କରାଯାଇଥିଲା । ପରେ ମ.ରାମପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସଡ଼କ ସୁରକ୍ଷା ଉପରେ କୁଇଜ ପ୍ରତିଯୋଗିତା କରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ମ.ରାମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.