ମକର ମେଳା ଓ ବାଳୁକା କଳା ପ୍ରଦର୍ଶନୀ ଅବସରରେ କବିତା ଆସର ଅନୁଷ୍ଠିତ

  • ଦର୍ଶକଙ୍କ ମନ ମୋହିଲା ବ୍ୟଙ୍ଗ କବିତା

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ପେନ୍ଦିମୁଣ୍ଡା ଗ୍ରାମର ତେଲନଦୀ ପଠାରେ ପବିତ୍ର ମକର ମେଳା ଅବସରରେ ଆନ୍ତର୍ଜାତୀକ ବାଳୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ଦ୍ୱାରା ନିର୍ମିତ ୩୬ ଫୁଟ୍ ଉଚ୍ଚତା ବିଶିଷ୍ଟ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ବାଳୁକା ମୂର୍ତ୍ତିର ପ୍ରଦର୍ଶନୀ ଗତ ୧୪ ଜାନୁଆରୀରୁ ପ୍ରଦର୍ଶିତ ହେଉଅଛି । ଏହି ଅବସରରେ ଆଶୁକବି ହେମନ୍ତ ଦାଶଙ୍କ ସଭାପତିତ୍ୱରେ ଏକ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ କବି ତଥା ସମାଜସେବୀ ଅଶୋକ ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ କବି ତଥା କଣ୍ଠଶିଳ୍ପୀ କୃଷ୍ଣ ମୋହନ ଦାଶ ସମ୍ମାନିତ ଅତିଥି, ବାଳୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ, କବି ଦେବେନ୍ଦ୍ର ଭୋଇ ଓ କବି ଭକ୍ତବନ୍ଧୁ ସାହୁ ମଞ୍ଚାସୀନ ଥିଲେ । କଣ୍ଠଶିଳ୍ପୀ କୃଷ୍ଣ ମୋହନ ଦାଶ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ମଞ୍ଚାସୀନ ସମସ୍ତ କବିଙ୍କ ବ୍ୟଙ୍ଗ କବିତା ଦର୍ଶକଙ୍କ ମନ ମୋହିଥିଲା । ଦୀର୍ଘ ସମୟ ଧରି ଦର୍ଶକମାନେ କବିତା ଶୁଣିଥିଲେ । ଶେଷରେ ଦଶରଥ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.