ଗ୍ରାସୀମ କମ୍ପାନୀ ପକ୍ଷରୁ ସଡ଼କ ସୁରକ୍ଷାକୁ ନେଇ ସଚେତନତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ପକ୍ଷରୁ ଏଚ୍‌ଆର୍‌ହେଡ଼୍‌ ନିରଜ ପଟ୍ଟନାୟକ ନୀଳ ପତାକା ଦେଖାଇ ସଡ଼କ ସୁରକ୍ଷା ଜୀବନ ରକ୍ଷା ରାଲିର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ଜୟଶ୍ରୀ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସହ ରାଲି ହୋଇଯାଇଛି । ଛାତ୍ରଛାତ୍ରୀ ମାନେ ଜୟଶ୍ରୀ ସ୍କୁଲରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଧରି ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ସ୍ଥିତ ବଜାର ମୁଖ୍ୟରାସ୍ତା ଦେଇ ସଡ଼କ ସୁରକ୍ଷା ସମ୍ପର୍କିତ ନାରା ଦେବା ସହ ପରିକ୍ରମା କରିଥିଲେ । ବିନା ହେଲମେଟରେ ବାଇକ ଆରୋହୀମାନଙ୍କୁ ହେଲମେଟ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ । ଗ୍ରାସୀମ କମ୍ପାନୀ ଏଚ୍‌ଆର୍‌ହେଡ଼୍‌ ନିରଜ ପଟ୍ଟନାୟକ, ଡିଜିଏମ୍‌ ରବିନ୍ଦ୍ର କୁମାର ମହାନ୍ତି, ଶୁଭେନ୍ଦୁ ରାଉତରାୟ, ଲିପିକା ମହାନ୍ତି, ନିଖିଲ ମହାପାତ୍ର, ପୁରୁଷୋତ୍ତମ ଶର୍ମା, ନିର୍ମୟ ଶତପଥୀ, ସ୍କାଉଟ ମାଷ୍ଟର ସୁନୀଲ କୁମାର ଦାସ, ଅର୍ଚ୍ଚନା ପଣ୍ଡା ପ୍ରମୁଖ କମ୍ପାନୀ କର୍ତ୍ତୃପକ୍ଷ ଓ ସ୍କୁଲ ଷ୍ଟାପ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.