ଗଞ୍ଜାମ କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟ ଅଡିଟୋରିୟମ ହଲରେ ମଙ୍ଗଳବାର ଦିନ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ପ୍ରବୀଣ କୁମାର ନନ୍ଦ ଏହି ଶିବିରର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଡ଼ଃ ଅଶ୍ରିତ ସେଠୀ ଯୋଗ ଦେଇ ଛାତ୍ରୀମାନେ ନିଜର ସୁରକ୍ଷା ନିମନ୍ତେ ଆତ୍ମ ତାଲିମ ନେବା ଉଚିତ ବୋଲି ସୂଚନା ଦେଇଥିଲେ । ମମତା ପାଢ଼ୀ ଓ ଅସ୍ମିତା ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କୁମାରୀ ରିତା ଦାସ ମାଷ୍ଟର ଟ୍ରେନର ଭାବେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏହି ଶିବିର ଏକ ସପ୍ତାହ ଧରି ଚଳିବ ବୋଲି କଲେଜ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.