oom

ରତ୍ନାକର ବାଗ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଲୋହରାପାଲି ଚମ୍ପିୟାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଚାଲିଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜି ଯୁବକ ସଂଘ ପକ୍ଷରୁ ରତ୍ନାକର ବାଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ମା’ ସାହାଜି ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ସମ୍ମାନୀୟ ଅତିଥି ଭାବେ କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ସହସମ୍ପାଦକ ହୁଲେଶ୍ୱର ହଂସ, ସମିତି ସଭ୍ୟ କେଦାର ଭୋଇ, ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ, ପୂର୍ବତନ ସିନ୍ଧେକେଲା ସମିତି ସଭ୍ୟ ଧନୁ ଥନାପତି, ପୂର୍ବତନ ଝଲପ ସମିତି ସଭ୍ୟ ଭୋଜରାଜ ପୁଟେଲ, ତେତେଲପଡା ସ୍କୁଲର ସହକାରୀ ଶିକ୍ଷକ କୀର୍ତ୍ତନ ବେହେରା ପ୍ରମୁଖ ଅତିଥି ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରି ବିଜେତା ଲୋହରାପାଲି ଓ ଉପବିଜେତା ଭୋଜପୁର ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଲୋହରାପାଲି ଓ ଭୋଜପୁର ଦଳ ଫାଇନାଲ୍ ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚରେ ପ୍ରଥମେ ଲୋହରା ପାଳି ଦଳ ବ୍ୟାଟିଂ କରି ୧୨ ଓଭରରେ ୭ ଉଇକେଟ ହରାଇ ୧୪୪ ରନ ସଂଗ୍ରହ କରିଥିବା ଜବାବରେ ଭୋଜପୁର ଦଳ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୦୫ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ରୋଶନ ବିଶି ଓ ରିକି ବାଗ ଖେଳ ପରିଚାଳନା କରିଥିଲେ । ପରମାନନ୍ଦ ଛତ୍ରିଆ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ପୃଥିରାଜ ବାଗ, ମିଳନ ବାଗ, ଦୁର୍ମନ ହଂସ, ସୁମିତ ଜାଲ, ଓଁମ୍ କାର ବାଗ, ରୋଶନ ବିଶି, ଯସପାଳ ହଂସ, ଅଭିଷେକ ହଂସ, ଦେବାଶିଷ ବିଶି, ନିଲେଶ ହଂସ, ରିକି ବାଗ, ଜିତେନ ହଂସ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.