୨୭ତମ ସର୍ବ ଭାରତୀୟ ବୋଡାସମ୍ବର କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫରେଷ୍ଟ ଛତିଶଗଡ଼ କ୍ରିକେଟ୍ ଚାମ୍ପିଅନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଏନ୍‌ଏସ୍‌ଏସ୍‌ ଆଲାହାବାଦ ଏବଂ ଛତିଶଗଡ଼ ଫରେଷ୍ଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ଆରମ୍ଭରେ ପ୍ରଥମେ ଫରେଷ୍ଟ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୩୨.୩ ଓଭରରେ ସମସ୍ତ ୱିକେଟ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ଫରେଷ୍ଟ ଦଳ ତରଫରୁ ଶଶାଙ୍କ ଚନ୍ଦ୍ରକାର ୩୨ ବଲରୁ ୬୨ ରନ କରିଥିଲେ ।ଆଲାହାବାଦ ଦଳ ୨୧୫ ରନର ଲକ୍ଷ୍ୟ ନେଇ ମାତ୍ର ୨୨.୨ ଓଭରରେ ୮୨ ରନ କରି ସମସ୍ତ ୱିକେଟ୍ ହରାଇଥିଲେ । ୧୩୩ ରନରେ ବିଜୟୀ ହୋଇ ଫରେଷ୍ଟ ଦଳ ଚମ୍ପିୟାନ ହୋଇଥିଲେ । ଆଜି ଫାଇନାଲ ମ୍ୟାଚ ଉଦ୍‌ଯାପିତ ସନ୍ଧ୍ୟା ଅବସରରେ ମୁଖ୍ୟ ଅତିଥି ଭାବରେ ଭଟଲୀ ବିଧାୟକ ସୁଶାନ୍ତ ସିଂ ଓ ସମ୍ମାନନୀୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ଚାମ୍ପିୟନ ଦଳକୁ ବସ ମାଲିକ ସଂଘ ପ୍ରଦକ୍ତ ୬୦,୦୦୦ ଓ ବୋଡାସମ୍ବର କପ ସହ ଉପ ବିଜେତା ଦଳକୁ ଟ୍ରକ ମାଲିକ ସଂଘ ପ୍ରଦକ୍ତ ୪୦,୦୦୦ ଓ ଟ୍ରଫି ପ୍ରଦାନ କରିଥିଲେ । ମେନ୍ ଅଫ୍ ଦି ମ୍ୟାଚ ଓ ମେନ୍ ଅଫ ସିରିଜ ଭବରେ ଫରେଷ୍ଟ ଦଳର ଶଶାଙ୍କ ଚନ୍ଦ୍ରକାରଙ୍କୁ ପୁରସ୍କୃତ କରାଯାଇଥିଲା । ବେଷ୍ଟ ବୋଲର ଭାବରେ ବିଶାଳ ସୁସ୍ଲିଂଙ୍କୁ ପୁରସ୍କୃତ କରାଯାଇଥିଲା । ବୋଡାସମ୍ବର ସ୍ପୋଟିଂର ସମ୍ପାଦକ ଭରତ ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥଲେ । ଆଜିର ମ୍ୟାଚକୁ ଅମ୍ପାୟାର ବଳରାମ ପଟ୍ଟନାୟକ ଓ ଅମିୟ ଭୂଷଣ ସାହୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଅମରେଶ ବେହେରା ଓ ରିଙ୍କୁ ସିଂହ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ପୋଟିଂ କ୍ଲବର ପ୍ରଶାନ୍ତ ମହାନ୍ତି, ସୁନିଲ ସାହୁ, ଚିନ୍ମୟ ପାଣିଗ୍ରାହୀ, କପିଲ ଅଗ୍ରୱାଲ, ବିକାଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!