oom

ବୀର ବଜରଙ୍ଗ ବଲି ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

jsmm
  • ରେଙ୍ଗଟାସିଲକୁ ହରାଇ ନାକଟାସର ଦଳ ଚାମ୍ପିୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ପଲ୍ଲିଶ୍ରୀ ହାଇସ୍କୁଲ ପଡିଆରେ ବୀର ବଜରଙ୍ଗ ବଲି ଫୁଟବଲ କ୍ଲବ ରାମଚନ୍ଦ୍ରପୁର ଆନୁକୂଲ୍ୟରେ ଅଷ୍ଟମ ବୀର ବଜରଙ୍ଗ ବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ନାକଟାସର ଓ ରେଙ୍ଗଟାସିଲ ମଧ୍ୟରେ ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚରେ ନକଟାସର ଦଳ ୩-୦ ଗୋଲ ବ୍ୟବଧାନରେ ରେଙ୍ଗଟାସିଲ ଦଳକୁ ପରାସ୍ତ କରି ଚାମ୍ପିୟନ ହେଇଥିଲା । ନାକଟାସର ଦଳର ବଳଦେବ ଭୋଇ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେଇଥିବା ବେଳେ ରେଙ୍ଗଟାସିଲ ଦଳର ଗୋପବନ୍ଧୁ ପ୍ରଧାନ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଗୋଲକିପର ଭାବେ ବିବେଚିତ ହେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଦେଓଗାଁ ବ୍ଲକର ପୂର୍ବ ବିଇଓ ସଂକୀର୍ତ୍ତନ ବାଗ ଓ ସମ୍ମାନିତ ଅତିଥି ଭାବରେ ରାମଚନ୍ଦ୍ରପୁର ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମିଶ୍ର ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସଭାପତି ଲକ୍ଷୀନ୍ଦ୍ର ଚନ୍ଦନ ଓ ସମ୍ପାଦକ ଜୀବନାନନ୍ଦ ବାଗ ଦାୟିତ୍ୱ ନେଇଥିଲେ । ବରୁଣ ବାଗ, ମଧୁସୂଦନ ପାତ୍ର, ଦେବାନନ୍ଦ ବାଗ, ଗୋପାଳ ବାଗ, ସୁପାଲ୍ ବାଗ୍, ମୁକେଶ କୁଦେଇ, ମୁନେଶ କୁଦେଇ, ପ୍ରଶାନ୍ତ ପାତ୍ର, ମନୋଜ ବାଗ, ବିନୋଦ ବାଗ, ରାମରତନ ବାଗ, ଦିଲୀପ ଭୁଏ, ରାଜନୀକାନ୍ତ ସାହୁ, ମନୋଜ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.