ମାଲକାନଗିରି : ମାଲକାନଗିରି ପଥଉତ୍ସବ ଅବସରରେ ସୀମା ସୁରକ୍ଷା ବଳ(ବିଏସ୍ଏଫ୍)ପକ୍ଷରୁ ସ୍ୱତନ୍ତ୍ର ଡଗ୍ ସୋ ଓ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଲକାନଗିରି ଏମ୍ଭି୨ ଠାରେ ଥିବା ବିଏସ୍ଏଫ୍ କ୍ୟାମ୍ପ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ତାଲିମ ପ୍ରାପ୍ତ ସନ୍ଧାନୀ କୁକୁର ସ୍ୱତନ୍ତ୍ର ଡଗ ସୋ କରାଯାଇଥିଲା । ଏହି ସୋ’ରେ ବିଭିନ୍ନ ପ୍ରଜାତିର ସ୍ୱତନ୍ତ୍ର ତାଲିମ ପ୍ରାପ୍ତ କୁକୁର ଭାଗନେଇ ଥିଲେ । ସେମାନେ ଅପରାଧୀଙ୍କୁ ଠାବ କରିବା, ବୋମା ଠାବ କରିବା ଆଦି କୌଶଳ ଓ ଗୋଇନ୍ଦା ଗିରିର କାର୍ଯ୍ୟ ପ୍ରଦର୍ଶନ କରିଥିଲେ । ଏହା ବ୍ୟତୀତ ବିଏସ୍ଏଫ୍ ଯବାନଙ୍କ ବ୍ୟବହୃତ ମୋଟର, ଏକେ୪୭, ଏସଏଲାର, ରାଇଫଲ, ବିଭିନ୍ନ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ କରିଥିଲେ । ଏହି ପ୍ରଦର୍ଶନୀକୁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନୀ କରିଥିଲେ । ଏହି ଅବସରରେ ବିଏସ୍ଏଫ୍ ଡିଆଇଜି ଶିଳେନ୍ଦ୍ର କୁମାର ସିନା, କମାଣ୍ଡାଣ୍ଟ ମନୋଜ କାର୍କି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।