ବଲାଙ୍ଗିର, (କେପିଏନ୍ଏସ୍) : ଆଜି ମକର ସଂକ୍ରାନ୍ତି ଅବସରରେ ତାଲପାଲିପଡା ଚନ୍ଦ୍ରସେନୀ ମନ୍ଦିର ଠାରେ ଆଧ୍ୟାତ୍ମିକ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ରୂପରେ ତାଲପାଲିପଡାର ଲିପକ ମିଶ୍ର ସୁନ୍ଦରାକାଣ୍ଡ ଗାନ କରିଥିଲେ । ସକାଳ ୧୦ଟାରୁ ଆରମ୍ଭ ହୋଇ ସଂଧ୍ୟା ପର୍ଯ୍ୟନ୍ତ ଏହା ଚାଲିଥିଲା । ପ୍ରଦୀପ ଷଢଙ୍ଗୀ ଓ ତାଙ୍କ ପତ୍ନୀ କର୍ତ୍ତା ସାଜିଥିଲେ । ବରପାଲିପଡା ଓ ତାଲପାଲିପଡାର ଶତାଧିକ ମହିଳା/ପୁରୁଷ ଭକ୍ତ ଏଠାରେ ସମ୍ମିଳିତ ହୋଇଥିଲେ । ସୁନ୍ଦରାକାଣ୍ଡ ସାଙ୍ଗକୁ ଭକ୍ତିଭଜନ ଏହି ଅଞ୍ଚଳର ପରିବେଶକୁ ଏକ ଆଧ୍ୟାତ୍ମିକତାରେ ଭରି ଦେଇଥିଲା । କାର୍ଯ୍ୟକ୍ରମକୁ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପ୍ରଦୀପ ଷଢଙ୍ଗୀ, ବାସୁଦେବ ମେହେର, ଜ୍ୟୋତ୍ସ୍ନା ପଟେଲ ପ୍ରମୁଖଙ୍କ ଅନେକ ଉତ୍ସାହୀ ଯୁବକମାନେ ପରିଚାଳନାରେ ସହଯୋଗ କରିଥିଲେ ।