csstore

ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠରେ ପଞ୍ଚ କୁଣ୍ଡୀୟ ଯଜ୍ଞ ଏବଂ ବାର୍ଷିକ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାର୍ଷିକ ଉତ୍ସବ ଉପଲକ୍ଷେ ଗତକାଲି ବଲାଙ୍ଗିରର ଶକ୍ତିପୀଠରୁ କଳସ ଶୋଭାଯାତ୍ରା ବାହାର କରାଯାଇ ୨୦୦ ଭାଇ ଭଉଣୀମାନେ ପରିକ୍ରମା କରିଥିଲେ । ଆଜି ମକର ସଂକ୍ରାନ୍ତି ଦିନ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆୟୋଜନ କରାଯାଇଥିଲା । ଏଥିରେ ଟିଟିଲାଗଡ, ପାଟଣାଗଡ, ନିରବଚନ, ଝର୍ନିପାଲିର ଭାଇ ଭଉଣୀମାନେ ଆସି ସହଯୋଗ କରିଥିଲେ । ଏହି ଯଜ୍ଞକୁ ସରୋଜ ପ୍ରଧାନ ଓ ତାଙ୍କ ସହଯୋଗୀମାନେ ସଂଚାଳନ କରିଥିଲେ । ଏହି ଯଜ୍ଞ କାର୍ଯ୍ୟକ୍ରମରେ ୯ଟି ଦିକ୍ଷା ଦୁଇଟି ଅନ୍ନ ପ୍ରଶନ୍ନ ସଂସ୍କାର ହୋଇଥିଲା । ଗତ ୪୦ ବର୍ଷ ହେଲା ବଲାଙ୍ଗିରରେ ଗାୟତ୍ରୀ ଶକ୍ତିପୀଠର ପ୍ରତିଷ୍ଠା ଦିନରୁ ଯେଉଁ ଭାଇ ଭଉଣୀମାନେ ସ୍ୱର୍ଗବାସ କରିଛନ୍ତି ସେମାନଙ୍କ ମଧ୍ୟରେ ବଦନଲାଲ ଅଗ୍ରୱାଲ, ଶମ୍ଭୁ ପ୍ରସାଦ ଆଚାର୍ଯ୍ୟ, ବାଉରୁ ବନ୍ଧୁ ସାହୁ, ଯୁଗେନ୍ଦ୍ର ସିଂହ, ଚିରଞ୍ଜିବି ସାହୁ, ଚିତେନ୍ଦ୍ରୀୟ ପୃଷ୍ଟି, ରଙ୍ଗମଣି ପତି, ରାଜକିଶୋର ମିଶ୍ର, ଅକ୍ଷୟ କୁମାର ମିଶ୍ର, ଭ୍ରମର ମିଶ୍ର, ଆର୍ତ୍ତତ୍ରାଣ ପୁରୋହିତ, ସକୁନ୍ତଳା ପଣ୍ଡା, ରମ୍ଭାଦେବୀ ଝାଙ୍କ ସ୍ୱର୍ଗବାସ ହୋଇଥିବାରୁ ସେହି ଭାଇ ଭଉଣୀମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ଆହୁତି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗାୟତ୍ରୀ ପରିବାରର ସମସ୍ତ ଭାଇ ଭଉଣୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.