csstore

ମେଲଛାମୁଣ୍ତାରେ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତା ଗ୍ରାମରେ ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ସଚେତନତା ଅଭିଯାନ ସ୍ୱଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ କାର୍ଯ୍ୟକ୍ରମରେ ମେଲଛାମୁଣ୍ତା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମସ୍ତ ଆଶାକର୍ମୀ ବିଭିନ୍ନ ସଚେତନତା ବାର୍ତ୍ତା ଦେଇ ମେଲଛାମୁଣ୍ତା ଗ୍ରାମକୁ ପରିକ୍ରମା କରିଥିଲେ । ସମସ୍ତ ଗ୍ରାମବାସୀ ନିଜ ନିଜ ଘରୁ ବାହାରି ସଚେତନତା ବାର୍ତ୍ତା ସବୁ ଶୁଣିଥିଲେ । ଏହି ରାଲି କାର୍ଯ୍ୟକ୍ରମରେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା ଆଦିତ୍ୟ ଭୋଇ, ମେଲଛାମୁଣ୍ତା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତ୍ୟୁଷ ରଞ୍ଜନ ଭୋଇ, ମେଲଛାମୁଣ୍ତା ଆୟୁଷ ଡାକ୍ତର ଡା. ଦେବାଶିଷ ରଥ, ପିଏଚ୍‌ଇଓ ଶିବ ପ୍ରସାଦ ବେହେରା, ସ୍ୱାସ୍ଥ୍ୟ ପରିଦର୍ଶକ ରାଜେନ୍ଦ୍ର କୁମାର ମିଶ୍ରଙ୍କ ସମେତ ସମସ୍ତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ତଥା ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଯୋଗ ଦେଇ ସଚେତନତା ବାର୍ତ୍ତା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.