୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ

  • ବିଶାଖାପାଟଣାମ୍‌କୁ ହରାଇ ୟୁନିୟନ ସ୍ପେଟିଙ୍ଗ କଟକ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆ ଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିବସରେ ବିଶାଖାପାଟଣାମ୍ ଓ କଟକ ମଧ୍ୟରେ ପୋଲ୍‌ ବି ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ୍‌ ଆରମ୍ଭରେ ପ୍ରଥମେ କଟକ ୟୁନିୟନ ସ୍ପେଟିଙ୍ଗ ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୩୦ ଓଭର୍‌ରେ ୭ ୱିକେଟ ବିନିମୟରେ ୨୦୪ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାଇଜାକ କ୍ରିକେଟ ଟିମ୍ ବିଶାଖାପାଟଣାମ୍‌ ୨୦୫ ରନ୍‌ର ଲକ୍ଷ୍ୟ ନେଇ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୨୬ ଓଭର୍‌ରେ ୧୪୪ ରନ୍‌ ସଂଗ୍ରହ କରିପାରିଥିଲା । ଫଳରେ ୬୦ ରନ୍‌ରେ କଟକ ଦଳ ବିଜୟୀ ହୋଇ ପୋଲ୍‌ ବି ର ସେମିଫାଇନାଲ୍‌କୁ ପ୍ରବେଶ କରିଛି । ଆଜି ଚତୁର୍ଥ ଦିନର ଉଦ୍‌ଯାପିତ ସନ୍ଧ୍ୟା ଅବସରରେ ବୋଡାସମ୍ବର ସ୍ପେଟିଙ୍ଗର ଭରତ ପଣ୍ଡା, ବିଜୟ ଦାସ, ଚିନ୍ମୟ ପାଣିଗ୍ରାହୀ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ସମାଜସେବୀ ପ୍ରଫେସର କୃଷ୍ଣ ମୋହନ ପଣ୍ଡା ଯୋଗଦେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ବାଦଳ ବିଶ୍ୱାଲଙ୍କୁ ପୁରସ୍କୃତ କରିଥିଲେ । ଆସନ୍ତା ୧୫ ତାରିଖ ଦିନ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୮ଟି ଦଳ ଯୋଗଦାନ ଦେଉଛନ୍ତି । ଆସନ୍ତା ୧୫ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳଙ୍କୁ ୬୦ ହଜାର ନଗଦ ରାଶି ସହ ବୋଡାସମ୍ବର ଟ୍ରଫି, ଉପବିଜେତା ଦଳକୁ ୪୦ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି । ଆଜିର ଚତୁର୍ଥ ଦିନର ମ୍ୟାଚ୍‌କୁ ଅମ୍ପାୟାର ବିଶ୍ୱମ୍ବର ମହାକୁଡ ଓ ଅନିଲ ଦାଶ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଅମରେଶ ବେହେରା ଓ ରିଙ୍କୁ ସିଂହ ପରିଚାଳନା କରୁଥିଲେ । ଆସନ୍ତା କାଲି ଶୁକ୍ରବାର ପୋଲ୍‌ ବି ର ଦ୍ୱିତୀୟ ମ୍ୟାଚ୍‌ ୱେଷ୍ଟବେଙ୍ଗଲ ସାଇଲତା କ୍ରିକେଟ ଏକାଡେମୀ ଓ ଛତିଶଗଡ଼ ଫରେଷ୍ଟ କ୍ରିକେଟ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ ।

jittmm
Leave A Reply

Your email address will not be published.