ବୁଲେଟ ସହ ଗଞ୍ଜେଇ ଜବତ, ୧ ଗିରଫ

ମାଲକାନଗିରି : ବୁଲେଟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ପୋଲିସ ଚଢାଉ କରି ମାଲକାନଗିରି ଜିଲ୍ଲା ବାଲିମେଳା ଛକ ନିକଟରେ ଗାଡି ସହ ଗଞ୍ଜେଇ ଜବତ କରିଛି । ଏଥିସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାବୁଲା ବାଡୁଆ ।

ମାଲକାନଗିରି ଜିଲ୍ଲା ବାଲିମେଳା ଛକ ନିକଟରେ ଅବକାରୀ ବିଭାଗ ଏସ୍‌ଆଇ ଆଶିଷ କୁମାର ନାୟକଙ୍କ ନେତୃତ୍ୱରେ ପାଟ୍ରୋଲିଂ ଚାଲି ଥିଲା । ଏହି ସମୟରେ ବାଲିମେଳା ଛକ ରାସ୍ତା ଦେଇ ଦୃତ ଗତିରେ ଏକ ବୁଲେଟ ଯାଉଥିବାର ଦେଖି ତାକୁ ଅବକାରୀ ବିଭାଗ କର୍ମଚାରୀମାନେ ଗୋଡ଼ାଇ ଧରିଥିଲେ । ବୁଲେଟକୁ ଯାଞ୍ଚ କରିବାରୁ ସେଥିରୁ ୯ କେଜି ଗଞ୍ଜେଇ ମିଲିଥିଲା । ବେଆଇନ ଭାବେ ଚୋରା ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ କୋରାପୁଟ ଜିଲ୍ଲା ଲମତାପୁଟ ଗ୍ରାମର ବାବୁଲା ବାଡୁଆଙ୍କୁ ଅବକାରୀ ପୋଲିସ ଗିରଫ କରି ବୁଲେଟ ଓ ଗଞ୍ଜେଇ ଜବତ କରିଛି ।

Leave A Reply

Your email address will not be published.