ମନୋଜ୍ଞ ସଙ୍ଗୀତ ସନ୍ଧ୍ୟା ‘ହୋପ-୨୦୨୩’ : ଆଠଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ‘କଳିଙ୍ଗ ପ୍ରତିଭା ସମ୍ମାନ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଶିକ୍ଷାବିତ୍‌ ହାଡିବନ୍ଧୁ ହାଲି ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଆଠଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ‘କଳିଙ୍ଗ ପ୍ରତିଭା ସମ୍ମାନ-୨୦୨୩’ ପ୍ରଦାନ କରାଯାଇଛି । ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସମାଜରେ ଉପଯୁକ୍ତ ମର୍ଯ୍ୟାଦା ଦିଆଯିବା ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରତିଭା ମୂଲ୍ୟାୟନ କରାଯିବା ଉଚିତ ବୋଲି ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।

ବିଶିଷ୍ଟ ଶିକ୍ଷାବିତ୍‌ ତଥା ଆଇନ୍‌ଜୀବୀ ହାଡିବନ୍ଧୁ ହାଲିଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଅବସରରେ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ କନ୍ଧମାଳ ସାଂସଦ ତଥା ‘କିଟ୍‌’ ଓ ‘କିସ୍‌’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ ପ୍ରମୁଖ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ହାଲିଙ୍କ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଫାଉଣ୍ଡେସନ୍‌ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦିକା ଡକ୍ଟର ମିନାକ୍ଷୀ ଦାସ ବିବରଣୀ ପ୍ରଦାନ କରିଥିଲେ । ‘ସଂସ୍କୃତି ଓ ସଂସ୍କୃତି’ର ସମ୍ପାଦକ ତଥା ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ମଧ୍ୟ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଉଦୀୟମାନ ଭାଓଲିନ ବାଦକ ରାକେଶ ବିଶ୍ୱାଳଙ୍କ ଜନ୍ମଦିନ ଉତ୍ସବ ପାଳନ କରାଯାଇଥିଲା । ଲେଖିକା ଡକ୍ଟର ମିନାକ୍ଷୀ ଦାସଙ୍କ ଦ୍ୱାରା ରଚିତ ପୁସ୍ତକ ‘ହେ ବିଶ୍ୱମାନବ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଚଳିତ ବର୍ଷର କଳିଙ୍ଗ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ବ୍ୟକ୍ତିମାନେ ହେଲେ- ବିଧାୟକ ସୁରେଶ କୁମାର ରାଉତରାୟ, ଶିକ୍ଷାବିତ୍‌ ଡ. ପ୍ରଫୁଲ୍ଲ ଦାଶ, ସମାଜସେବୀ ଡ. ସୁରେନ୍ଦ୍ର କୁମାର ମହାପାତ୍ର, ପ୍ରଶାସକ ଓ ସାହିତ୍ୟିକ ରଞ୍ଜନ କୁମାର ଦାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ ରମେଶ ମହାନ୍ତି, ସାମ୍ବାଦିକ କେଦାର ମିଶ୍ର, ଯୁବ ସଂଗଠନ ଡ. ତନ୍ମୟ କୁମାର ସ୍ୱାଇଁ ଓ କଣ୍ଠଶିଳ୍ପୀ ଲିଜା ପାତ୍ର ।

ଏହି ଅବସରରେ ମନୋରମ ସଂଗୀତ ସନ୍ଧ୍ୟା ‘ହୋପ-୨୦୨୩’ ଆୟୋଜିତ ହୋଇଥିଲା । ଏଥିରେ କଣ୍ଠଣିଳ୍ପୀ ଛନ୍ଦା ମିଶ୍ର, ସୌରବ ନାୟକ, ଇଂ ବିଚିତ୍ରାନନ୍ଦ ଦେଓ, ଅର୍ଣ୍ଣବ ପଣ୍ଡା, ଲିଜା ପାତ୍ର ଓ ବର୍ଷା ପ୍ରମୁଖ ସୁଲଳିତ କଣ୍ଠରେ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତର୍ା ଲୁଟୁ ମହାନ୍ତି, ରବିନ୍ଦ୍ର ବିଶ୍ୱାଳ, ଶ୍ରୀଧର ମାର୍ଥା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.