jsm

କେନ୍ଦୁଭଟାରେ ମାଣ୍ଡିଆ ମଣ୍ଡିର ଶୁଭ ଉଦ୍‌ଘାଟନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ୍ ଠାରେ ମାଣ୍ଡିଆ ମଣ୍ଡିର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଓଡ଼ିଶା ମିଲେଟ ମିଶନ ତରଫରୁ କୃଷି ବିଭାଗ ସହାୟତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଝରଣା ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ନୀଳମଣି ବରିହା, ସହକାରୀ କୃଷି ଅଧିକାରୀ ମଧୁସ୍ମିତା ମିଶ୍ର, ଥାନାଧିକାରୀ ବିରବର ଭଗତ, ସମିତି ସଭ୍ୟ ସରୋଜ ଶ୍ରୀଭୂଷଣ ସାହୁ, ଜିଲ୍ଲା ସଂଯୋଜକ ନାରାୟଣ ପାଣିଗ୍ରାହୀ ଓ ଶବ୍ୟସାଚି ହନୁମାନ, ଟିଡିଶିଶିର ପ୍ରବନ୍ଧକ ରମାକାନ୍ତ ଜେନା ଓ ବସୁଦେବ ମାରାଣ୍ଡି, ସାଂସଦ ପ୍ରତିନିଧି ପ୍ରବୀଣ ପାଣିଗ୍ରାହୀ, ସମାଜ ସେବୀ ରଂଜନ କୁମାର ପଣ୍ଡା ଉପସ୍ଥିତ ଥିଲେ । ଦେବଦତ୍ତ କ୍ଲବ୍ ଓ ମାଣ୍ଡିଆ ସଂଗ୍ରହକାରୀ ସଂସ୍ଥା ବୁଢ଼ାସମ୍ବର ଡାଲି ଓ ପନିପରିବା ଉତ୍ପାଦକ କମ୍ପାନୀର ବ୍ଲକ ସଂଯୋଜକ ରୁଦ୍ର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିଥିମାନେ ମାଣ୍ଡିଆ ଚାଷର ବହୁଳ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କୁ ଅବଗତ କରିଥିଲେ । ପ୍ରତିବର୍ଷ ମଣ୍ଡି ଚାଲୁଥିବାରୁ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । ଏହି କାର୍ଯ୍ୟକ୍ରମରେ ୧୧ ଜଣ ଚାଷୀଙ୍କ ଠାରୁ ୧୫୦ କ୍ୱିଣ୍ଟାଲ ମାଣ୍ଡିଆ କିଣା ଯାଇଥିଲା । ଶେଷରେ ସୁଶାନ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.