jsm

ମାନସିକ ବିକୃତି ମହିଳାଙ୍କୁ ଥଇଥାନ କଲା ପ୍ରଶାସନ

csstore

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଶୁଣ୍ଢିମୁଣ୍ଡା ଗାଁର ଜଣେ ମାନସିକ ବିକୃତି ମହିଳାଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି । ମାନସିକ ବିକୃତି ଥିବା ଶୁଣ୍ଢିମୁଣ୍ଡା ଗାଁର ନନ୍ଦିନୀ ଗହୀର ନାମକ ଜଣେ ମହିଳା ବିଭିନ୍ନ ସମୟରେ ତାଙ୍କ ମାନସିକ ଅବସ୍‌ସ୍ଥା ଠିକ ରହୁନଥିବାରୁ ବିଭିନ୍ନ ସମୟରେ ଅସମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ । ତେବେ ଥଇଥାନ କରିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ପୂର୍ବରୁ ଦାବୀ କରି ଆସୁଥିଲେ । ଶେଷରେ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କ ନିର୍ଦ୍ଦେଶ କ୍ରମେ ଆଜି ପଞ୍ଚାୟତ ପ୍ରଶାସନ ପକ୍ଷରୁ ଉକ୍ତ ମାନସିକ ବିକୃତି ମହିଳାଙ୍କୁ ଝାରସୁଗୁଡାରେ ଥଇଥାନ କରାଯାଇଛି । ଝାରସୁଗୁଡା ସ୍ଥିତ ମିଶନ ଆଶ୍ରା ସଂସ୍ଥାରେ ଥଇଥାନ ପାଇଁ ହସ୍ତାନ୍ତର କରାଯାଇଛି । ହସ୍ତାନ୍ତର କରିବା ସମୟରେ ଗନ୍ଧର୍ଲା ପଞ୍ଚାୟତର ସରପଞ୍ଚ ଚାହାନ୍ତି କନ୍ଧପାଣିଙ୍କ ପ୍ରତିନିଧି ପ୍ରଦୀପ ଜାଲ, ସମିତି ସଭ୍ୟଙ୍କ ପ୍ରତିନିଧି କୁରୁକ୍ଷେତ୍ର ଭୋଇ, ବଙ୍ଗୋମୁଣ୍ଡା ବ୍ଲକ ସାମାଜିକ ଅଧିକାରୀ ସଞ୍ଜୀବ ସୁନା, ସତ୍ୟନାରାୟଣ ଗହୀର, ମନ ଜାଲ, ମନୀଷ ଜାଲ, କୁଞ୍ଜ ଗହୀର ପ୍ରମୁଖ ଉପସ୍ଥିତ ଥିଲେ । ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

yuvodaya
Leave A Reply

Your email address will not be published.