କର୍ମଚାରୀ ଅଭାବ, ଉନ୍ନୟନ କାମ ବାଧାପ୍ରାପ୍ତ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକରେ ଅନେକ ପଦବୀ ଖାଲି ପଡିଛି । ଫଳରେ ଉନ୍ନୟନମୂଳକ କାମ ହୋଇପାରୁ ନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବ୍ଲକରେ ୨୦ଟି ପଂଚାୟତରୁ ୧୦ଟି ପଂଚାୟତରେ ପିଇଓ ପଦବୀ ଖାଲି ପଡିଛି । ଜଣେ ଲେଖାଏଁ ପିଇଓ ୨ଟି ପଂଚାୟତ ଦାୟିତ୍ୱରେ ରହି କାର୍ଯ୍ୟ କରୁଛନ୍ତି । ଏହି ସକାଶେ ପଂଚାୟତ ଅଂଚଳର ଅନେକ ଉନ୍ନୟନ କାମ ଅଗ୍ରଗତିରେ ସମସ୍ୟା ହେଉଛି । ପୁଣି ବ୍ଲକରେ ୮ଜଣ ରୋଜଗାର ସେବକ, ଜଣେ ସହକାରୀ ନିର୍ବାହୀ ଅଧିକାରୀ, ଜଣେ ଆକାଉଣ୍ଟ ଅଧିକାରୀ, ୩ଜଣ ପିଅନ, ୨ଜଣ କନିଷ୍ଠ ଯନ୍ତ୍ରୀ ପଦ ଖାଲି ପଡିଛି । ଉକ୍ତ ଖାଲି ପଦବୀ ଗୁଡିକ ପୂରଣ ପାଇଁ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନାହିଁ । ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.