କୋରାପୁଟ : ଆଜି କୋରାପୁଟ ଉପଖଣ୍ଡରେ ଥିବା ୬ଟି ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ମୋଟ ୨୪ଟି ଜଳାଶୟରେ ଏହି ଗଣନା କାର୍ଯ୍ୟରେ ବନବିଭାଗର ୧୨୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । କୋରାପୁଟ ବନାଞ୍ଚଳର ୫ଟି, ସେମିଳିଗୁଡାର ୬ଟି, ନାରାୟଣପାଟଣାର ୩ ଟି, ଲକ୍ଷ୍ମୀପୁରର ୨ଟି, ଲମତାପୁଟର ୫ଟି ଓ ବାଲଡ଼ା ବନାଞ୍ଚଳର ୩ଟି ଜଳାଶୟରେ ପକ୍ଷୀ ଗଣନା କରାଯିବ । ଏଥିପାଇଁ ପ୍ରତି ୟୁନିଟ୍ରେ ୫ ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସକାଳ ୬ରୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନା ପୂର୍ବାହ୍ନ ୧୧ ଟା ଯାଏଁ ଜାରି ରହିବ ।