oom

୪୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଖେଳ ଅନୁଷ୍ଠିତ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଥ୍‌ଲେଟିକ୍‌ ଆସୋସିଏସନ ଆଗଲପୁରରେ ୪୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଖେଳ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖେଳରେ ଅତିଥି ଭାବେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ କନିଷ୍ଠ ପୁତ୍ର ଆକାଶ ମିଶ୍ର, ଆଗଲପୁର ବିଜ୍ଞାନ ମହାବିଦ୍ୟାଳୟର ପୂର୍ବ ଅଧ୍ୟକ୍ଷ ଜୟନ୍ତ କୁମାର ସିଂଦେଓ, ଫକିର ତ୍ରିପାଠୀ, ସନ୍ତୋଷ ରଥ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଅଶ୍ୱିନୀ ବେରିହା ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ସୁରେଶ ନାଏକ, ସୁଧାଂଶୁ ସେଠ, ମୁନୁ ବେହେରା ସହଯୋଗ କରିଥିଲେ । ଆଥ୍‌ଲେଟିକ୍‌ ଆସୋସିଏସନର ସଭ୍ୟ ଭିକାରୀ ବାଗ, ବ୍ୟୋମକେଶ ତ୍ରିପାଠୀ, ଓମକାର ବାଗ, ବିନୋଦ ମେହେର, ସୁଧାଂଶୁ ମେହେର, ପ୍ରଦୀପ ମେହେର, ଲଖପତି ସେଠ ପ୍ରମୁଖଙ୍କ ସହ ଆଥ୍‌ଲେଟିକ୍‌ ଆସୋସିଏସନର ସମସ୍ତ ସଭ୍ୟ ବୃନ୍ଦଙ୍କ ଆପ୍ରାଣ ଚେଷ୍ଟା ତଥା ଉଦ୍ୟମରେ ଟୁର୍ଣ୍ଣାମେଣ୍ଟ ଅତି ସୁଚାରୁ ରୂପେ ପରିଚାଳନା ହୋଇ ସମାପନ ହୋଇଯାଇଛି । ଫାଇନାଲ୍‌ ମ୍ୟାଚ୍‌ରେ ଦୁଇ ଦଳ ନିର୍ଦ୍ଧାରିତ ଖେଳ ସମୟରେ କେହି କାହାରିକୁ ଗୋଲ ଦେଇ ନପାରିବାରୁ ପେନାଲଟି କିକ୍ ଜରିଆରେ ଲୋଇସିଂହା ଦଳ ବିଜୟ ହୋଇଥିବା କମିଟି ପକ୍ଷରୁ ସୂଚନା ମିଳିଛି । ଆଗଲପୁର ତଥା ଆଖପାଖର ଅନେକ ଲୋକ ପଡିଆରେ ଉପସ୍ଥିତ ରହି ଖେଳ ଦେଖି ଉଭୟ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.