csstore

ବାର୍ଷିକ ବଣଭୋଜି ଓ ସମ୍ମାନ ପର୍ବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜିଲ୍ଲା ବରଗଡ଼ର ଉପନିବନ୍ଧକ କାର୍ଯ୍ୟାଳୟ ପରିଧି ଦଲିଲ୍ ଲେଖକ, ଷ୍ଟାମ୍ପ ଭେଣ୍ଡର୍ ସଙ୍ଘର ବାର୍ଷିକ ବଣଭୋଜି ନିକଟସ୍ଥ ଦେବଦର୍ହା ଶୈବପୀଠ ତଥା ଏ ଅଞ୍ଚଳର ଜଣାଶୁଣା ପର୍ଯ୍ୟଟନସ୍ଥଳୀ ଠାରେ ଆୟୋଜନ ହେବା ସହ ବାର୍ଷିକ ସଭା ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପନିବନ୍ଧକ ଶ୍ରୀ ଏକା ଯୋଗ ଦେଇଥିବା ବେଳେ ଦଲିଲ୍ ଲେଖକ ସଙ୍ଘ ସଭାପତି ସୌକିଲାଲ୍ ଡନସନା ସଭିପତିତ୍ୱ କରିଥିଲେ ଏବଂ ପଦ୍ମପୁରର ବରିଷ୍ଠ ଦଲିଲ୍ ଲେଖକ ପରମେଶ୍ୱର ସାହୁ, ପଦ୍ମପୁରର ଷ୍ଟାମ୍ପ ଭେଣ୍ଡର୍ ସଙ୍ଘ ସଭାପତି ରବି ନାରାୟଣ ଦୋରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ଦଲିଲ୍ ଲେଖକ ଡମ୍ବରୁଧର ପଟେଲ୍, ବୟୋଜ୍ୟେଷ୍ଠ ଷ୍ଟାମ୍ପ ଭେଣ୍ଡର୍ ବାୟାନିଧି ସାହୁଙ୍କୁ ଏବଂ ଦୁଇଜଣ ବୟୋଜ୍ୟେଷ୍ଠ ସହଯୋଗୀ ଶଦାଶିବ ସାହୁ, ଦୁରିତ ଭଞ୍ଜନ ସାହୁଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ମଞ୍ଚ ପରିଚାଳନା ଷ୍ଟାମ୍ପ ଭେଣ୍ଡର୍ ସନ୍ତୋଷ କୁମାର ମହାନ୍ତି କରିଥିବା ବେଳେ ଦଲିଲ୍ ଲେଖକ ଜୟଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ପଦ୍ମପୁର ଉପନିବନ୍ଧକ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀ ଦେହୁରୀ, ଦଲିଲ୍ ଲେଖକ ଲୋକନାଥ ଡନସନା, ରାକେଶ ସାହୁ, ଗୁଣବନ୍ତ ସାହୁ, ବିନୋଦ ବିହାରୀ ଡନସନା, ପ୍ରଦୀପ ଜାଲ୍, ଶିଶୁପାଲ ସାହୁ ପ୍ରମୁଖ ସମସ୍ତ ଦଲିଲ୍ ଲେଖକ, ଷ୍ଟାମ୍ପ ଭେଣ୍ଡର୍ ଏବଂ ସହଯୋଗୀମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.